ମାଲକାନଗିରି : ଫେଲ୍ ମାରିଲା ମାଓ ଯୋଜନା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୩ ହାର୍ଡକୋର ମାଓବାଦୀ ଗିରଫ । ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ସୁରକ୍ଷାବାହିନୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଚିନ୍ତାଗୁଫା ଜଙ୍ଗଲରେ ଖଞ୍ଜିଥିଲେ IED । ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା ଜବାନଙ୍କ ମିଳିତ ଅପରେସନ ବେଳେମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଦିଆ ଯାଇଛି। ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
ଅନ୍ୟପଟେ, ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲାର କେରାଲାପାଲ ଥାନା ଅନ୍ତର୍ଗତ ନନ୍ଦପଡ଼ାରେ ନକ୍ସଲମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ପୋଲିସ ସୂଚନାଦାତା ସନ୍ଦେହରେ ରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି । ଯାହାକୁ ନେଇ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ଗତ ବିଳମ୍ବିତ ରାତିରେ ନକ୍ସଲମାନେ ଏହି ବର୍ବର କାଣ୍ଡ ଭିଆଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
