ଭିଜିଲାନ୍ସ ଜାଲରେ ୩ ସରକାରୀ କର୍ମଚାରୀ

ଭୁବନେଶ୍ବର: ୨ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରି ୩ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗର ୨ ଜଣ କର୍ମଚାରୀ ହୋଇଥିବାବେଳେ ଅନ୍ୟଜଣେ ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଜପତି ଜିଲ୍ଲା ଖୁଦ୍ର ଜଳସେଚନ ବିଭାଗର ୨ କର୍ମଚାରୀ । ଏହି ଦୁଇ କର୍ମଚାରୀ ହେଲେ କ୍ୟାସିୟର ନରେଶ ପଟ୍ଟନାୟକ ଏବଂ ଆକାଉଣ୍ଟାଣ୍ଟ ସୁରଜ୍ ପ୍ରସାଦ ଜୟଶ୍ବାଲ । ଦୁହେଁ ଚାରୋଟି କାମର ବିଲ୍‌ କରାଇଦେବା ପାଇଁ ଫାେନ ପେ ଜରିଆରେ ଲାଞ୍ଚ ନେଇଥିଲେ ବୋଲି ଜଣାପଡିଛି। ଭିଜିଲାନ୍ସର‌ ଦୁଇ ଜଣିଆ ଟିମ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

ସେହିପରି ରାୟଗଡା ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶାନ ଠିକାଦାରଙ୍କ ଠାରୁ ବିଲ ପାସ୍ କରିଦେବା ନେଇ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିଲେ । ଏହିସମୟରେ ପୂର୍ବ ଯୋଜନା ମୁତାବକ ଟଙ୍କା ସହ ଜୟପୁର ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଥିଲେ ସହଦେବ । ଭିଜିଲାନ୍ସ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ।

Govt

Comments are closed.