ବଣାଇ/ସାଲେପୁର : ଭ୍ୟାନ୍-ହାଇୱା ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି ସୁନ୍ଦରଗଡ଼ କୋଇଡ଼ା ଥାନା ଏରିଆନ ଛକ ନିକଟରେ । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଭ୍ୟାନଟି ଶ୍ରମିକଙ୍କୁ ନେଇ ପ୍ଲାଣ୍ଟକୁ ଯାଉଥିବାବେଳେ ହାଇୱା ସହ ଧକ୍କା ହେବା ପରେ ଓଲଟି ପଡ଼ିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।
ସେହିପରି ସାଲେପୁର ଚାନ୍ଦବାଲି ରାସ୍ତାରେ ଘଟିଛି ଆଉ ଏକ ଦୁଃଖଦ ଘଟଣା । ହାଇୱା ମାଲିକ ଉପରେ ଚଢିଗଲା ନିଜ ଗାଡି । ଘଟଣାସ୍ଥଳରେ ମାଲିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଗତପୁର ଥାନା କଟକ ଚାନ୍ଦବାଲି ରାସ୍ତାର ଖଇରା ପୋଲ ନିକଟରେ ଦୁର୍ଘଟଣା ।
ଗତକାଲି ବିଳମ୍ୱିତ ରାତିରେ ଗ୍ୟାରେଜରୁ କାମ ସାରି ଫେରୁଥିବା ବେଳେ ମାଲିକ ହାଇୱା ସାମନାରେ ଥିବା ବାଇକରେ ବସି ଫୋନରେ କଥା ହେଉଥିବାବେଳେ ହଠାତ୍ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିନ୍ତକୋଇଲି ଅଞ୍ଚଳର ରାକେଶ ସ୍ୱାଇଁ । ଜଗତପୁର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.