ସାପ କାମୁଡ଼ାରେ ୩ ମୃତ ୧ ଗୁରୁତର

ଉପରକୋଟ/ଖଲ୍ଲିକୋଟ : ସାପ କାମୁଡ଼ାରେ ଉଜୁଡ଼ିଗଲା ପରିବାର । ରାତିରେ ଶୋଇଥିବାବେଳେ ବିଷାକ୍ତ ସାପ କାମୁଡ଼ାରେ ୧୧ ବର୍ଷିଆ ଭଉଣୀ ଏବଂ ୯ ମାସ ଭାଇର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ଗାଁରେ । ତେବେ ସାପ କାମୁଡିଥିବା ଜଣାପଡିବା ପରେ ପରିବାର ଲୋକେ ପ୍ରଥମେ ଝଡ଼ାଫୁଙ୍କା କରିଥିଲେ । ଏଥିରେ ଅବସ୍ଥା ନସୁଧୁରିବାରୁ ପିଲାମାନଙ୍କୁ ନେଇ ଉମରକୋଟ ମେଡିକାଲ ଯାଇଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ଧବିଶ୍ୱାସ ଏବଂ ସଚେତନତା ଅଭାବରୁ ଅକାରଣରେ ୨ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାମାନଙ୍କ ଅକାଳ ମୃତ୍ୟୁ ଖବର ପରେ ସାରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

ସେହିଭଳି ଗତ ବିଳମ୍ବିତ ରାତିରେ ଖଲ୍ଲିକୋଟରେ ମଧ୍ୟ ସାପକାମୁଡା ଜନିତ ଆଉ ଏକ ମୃତ୍ୟୁ ଘଟିଛି । ଖଲ୍ଲିକୋଟ ବାଉଁଶିଆ ବ୍ଲକ ନୂଆପଲ୍ଲୀ ଗାଁରେ ଘଟିଛି ଅଘଟଣ । ରାତିରେ ଶୋଇଥିବାବେଳେ ଆଇ ନାତୁଣୀଙ୍କୁ କାମୁଡିଥିଲା ବିଷଧର ସାପ । ଏଥିରେ ଉଭୟେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଆଇ ରଜନୀ ଦାସଙ୍କୁ ମୃତ ଘୋଷଣା କରିଥିବାବେଳେ ନାତୁଣୀ ସୋନାଲି ଦାସଙ୍କର ଚିକିତ୍ସା ଜାରି ରହିଛି ।

Govt

Comments are closed.