ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ

କଟକ : କଟକ ରେଳ ଷ୍ଟେସନରେ ଅଘଟଣ । ଲାଇନଚ୍ୟୁତ ହେଲା ମାଲବାହୀ ଗାଡିର ୩ ବଗି । କଟକ ପାରାଦ୍ଵୀପ ଆଠ ନମ୍ବର ରେଳ ଧାରଣାରେ ମାଲ ଗାଡିଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ୮ଟା ୪୩ ମିନିଟରେ ଏହି ଅଘଟଣ ଘଟିଛି । ଟ୍ରାକ ପରିବର୍ତ୍ତନ କରିବା ସମୟରେ ଏହା ହୋଇଥିବା ଅନୁମାନ କରାଯାଉଛି ।

ଆଠ ନମ୍ବର ରେଳ ଲାଇନରେ ଗୋଟିଏ ରେଳ ୱାଗନ ସମ୍ପୂର୍ଣ ଓଲଟି ପଡ଼ିଥିବା ବେଳେ, ମୋଟ ତିନିଟି ୱାଗନ ଲାଇନଚ୍ୟୁତ ହୋଇଛି । ରେଳ ଧାରଣା ମଧ୍ୟ ଵ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଆଠ ନମ୍ବର ରେଳ ଲାଇନ ଦେଇ ସମସ୍ତ ପ୍ରକାର ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳଵାଇର ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Govt

Comments are closed.