ସାମ୍ସ ୱେବସାଇଟ୍‌ରେ ହେବ ଉପଲବ୍ଧ ହେବ ଯୁକ୍ତ ୨ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ଇଂସ୍ଟଣ୍ତ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି I ଆଜି ପୂର୍ବାହ୍ନ ୧୧ ଟା ୪୫ ରେ ସାମ୍ସ ୱେବ ସାଇଟରେ ପରୀକ୍ଷାଫଳ ଉପଲବ୍ଧ ହୋଇଛି I ଚଳିତ ବର୍ଷ କାଳରେ ୮୮.୫୭, ବିଜ୍ଞାନରେ ୫୫.୨୯,ବାଣିଜ୍ୟରେ ୭୭,୬୯ ସହ ଧନ୍ଦାମୂଳକ (ଭୋକେସନଲ) ପରୀକ୍ଷାରେ ୮୦ ପ୍ରତିଶତ ପାସ ହାର ରହିଛି I ଚଳିତ ବର୍ଷ କଳାରେ ୧୭୭ ରେଗୁଲାର ୫୮ ଏକ୍ସ ରେଗୁଲାର, ଓ ୧୦ ଜଣ କରେସ୍ପଣ୍ଡେନ୍ସ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ I ସେମାନଙ୍କ ମଧ୍ୟରୁ ୨୧୭ ଜଣ କୃତକାର୍ଯ୍ୟ ହୋଇ ପାରିଛନ୍ତି I ଏମାନଙ୍କ ମଧ୍ୟରୁ ୧୧୧ ଜଣ ଛାତ୍ର ରହିଥିବାବେଳେ ୧୦୬ ଜଣ ଛାତ୍ରୀ ରହିଛନ୍ତି I ସେହିପରି ୨୨ ଜଣ ଫାଷ୍ଟ ଡିଭିଜନ ରଖିଥିବାବେଳେ ୬୬ ଜଣ ସେକେଣ୍ଡ ଓ ୧୨୯ ଜଣ ଥାର୍ଡ଼ ଡିଭିଜନରେ କୃତକାର୍ଯ୍ୟ ହୋଇଛନ୍ତି I ବାଣିଜ୍ୟରେ ୧୧୪ ରେଗୁଲାର,୨୩ ଜଣ ଏକ୍ସ ରେଗୁଲାର ଓ ୨ ଜଣ କରେସ୍ପଣ୍ଡେନ୍ସ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ I

Govt

Comments are closed.