‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା

ମୁମ୍ବାଇ: ରାଜକୁମାର ରାଓ ଏବଂ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ବଧାଇ ଦୋ’ ମୁକ୍ତିଲାଭ କରିଛି । ଫିଲ୍ମରେ ସମଲିଙ୍ଗୀ କାହାଣୀକୁ ଦର୍ଶାଯାଇଛି , ଯିଏ ସମାଜ ଓ ପରିବାରଠାରୁ ନିଜର ଅସଲ ପରିଚୟ ଲୁଚାଇବା ପାଇଁ ପରସ୍ପର ମଧ୍ୟରେ ବିବାହ କରୁଛନ୍ତି । ତେବେ ଏହି ଫିଲ୍ମରେ ଅନ୍ୟ ଏକ ମୁଖ୍ୟ ଚରିତ୍ରରେ ଜଣେ ନୂଆ ଚେହେରାକୁ ଦେଖିବାକୁ ମିଳିଛି । ସେ ହେଉଛନ୍ତି ବୁ୍ୟଟି ପାଜେଣ୍ଟ ଚୁମ୍‌ ଦାରାଙ୍ଗ୍‌ ।
‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା

ସେ ଏକାଧାରରେ ଜଣେ ମଡେଲ, ଅଭିନେତ୍ରୀ ତଥା ବିଜନେସ୍‌ୱମେନ୍‌ । ୨୫ ବର୍ଷୀୟା ଚୁମ୍‌ ଦାରାଙ୍ଗ୍‌ ଅରୁଣାଚଳପ୍ରଦେଶର ପାସୀଘାଟର । ସେ ଫିଲ୍ମ ଲାଇନକୁ ଆସିବା ପୂର୍ବରୁ ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଆକଫିଂ ସହ ଚୁମ୍‌ ଦାରାଙ୍ଗ୍‌ଙ୍କ ନିଜର କଫି କାଫେ ରହିଛି । କେବଳ ସେତିକି ନୁହେଁ ସେ ଜଣେ ସମାଜସେବୀ ଭାବେ ତାଙ୍କ ଅଞ୍ଚଳରେ ପରିଚିତ ।
‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା

ମାତ୍ର ୧୬ ବର୍ଷ ବୟସରେ ଚୁମ୍‌ ସୁନ୍ଦରୀ ପ୍ରତିଯୋଗିତା ଆଡ଼କୁ ଆକର୍ଷିତ ହୋଇଥିଲେ । କିନ୍ତୁ ତାଙ୍କ ଜୀବନର ମୋଡ଼ ବଦଳିଲା, ଯେତେବେଳେ ସେ ମିସ୍‌ ଆପ୍‌ସୁ ୨୦୧୦ର ବିଜୟିନୀ ହେଲେ । ଏହାପରେ ସେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଲେ । ଏହାସହ ଜିତିଛନ୍ତି ମିସ୍‌ ଇଣ୍ଟରନେଟ୍‌, ମିସ୍‌ ସ୍ପୋର୍ଟ୍ସ ଗିଅର୍‌ ଏବଂ ମିସ୍‌ ବେଷ୍ଟ୍‌ ନ୍ୟାସନାଲ କଷ୍ଟୁ୍ୟମ ଟାଇଟଲ ।

‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା
କେବଳ ସେତିକି ନୁହେଁ ବଲିଉଡ୍‌ର ଶୀର୍ଷ କଳାକାର ତଥା ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କ ସହ ବିଜ୍ଞାପନରେ କାମ କରିଛନ୍ତି । କିନ୍ତୁ ଚୁମ୍‌ ଲୋକପ୍ରିୟ େୱବସିରିଜ୍‌ ‘ପାତାଲ ଲୋକ୍‌’ର ଏକ ଛୋଟ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

‘ବଧାଇ ଦୋ’ ଫିଲ୍ମରେ ନୂଆ ଚେହେରା
‘ବଧାଇ ଦୋ’ରେ କାମ ମିଳିବାକୁ ନେଇ ଚୁମ୍‌ ଏକ ଇଣ୍ଟରଭୁ୍ୟରେ କହିଛନ୍ତି ଯେ ଫେସବୁକ୍‌ରୁ ହିଁ ଏହି ଫିଲ୍ମର କାଷ୍ଟିଂ ସମ୍ପର୍କରେ ଜାଣିବାକୁ ପାଇଥିଲେ । ପରେ ସେ ଏଥିପାଇଁ ଅଡିସନ ଦେଇଥିଲେ ଏବଂ ମନୋନୀତ ହୋଇଥିଲେ । ଅଭିନୟ ଏବଂ ମଡେଲିଂ ବ୍ୟତୀତ ଚୁମ୍‌ଙ୍କର ଏକ ଏନଜିଓ ସଂସ୍ଥା ଚଲାଉଛନ୍ତି । ଏହି ସଂସ୍ଥା ମାଧ୍ୟମରେ ସେ ପରିବେଶ ସୁରକ୍ଷା ଏବଂ ମହିଳା ସଶକ୍ତିକରଣ ଦିଗ ଉପରେ କାମ କରୁଛନ୍ତି ।

Comments are closed.