ଗୁରୁଗ୍ରାମ: ଏପ୍ରିଲ ୧୩: ଗୁରୁଗ୍ରାମଠାରେ ଏକ ଅଘଟଣ ଦେଖିବାକୁ ମିଳିଛି । ଏକ ମେଳାରେ ଅପମିଶ୍ରିତ ପ୍ରସାଦ ଖାଇ ୨୮ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅସୁସ୍ଥଙ୍କ ମଧ୍ୟରେ ପ୍ରାୟ ୮ରୁ ୧୦ ଜଣ ପିଲା ରହିଛନ୍ତି । ପ୍ରସାଦର ପାନୀୟଜଳରେ ମଦ ସହିତ ଫଳରସ ମିଶାଯାଇଥିବ ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ଘଟଣାର ଏବେ ତଦନ୍ତ କରୁଛି ।
ପୋଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଫାରୁକ୍ନଗର ନିକଟସ୍ଥ ମୁବାରିକ୍ପୁରଠାରେ ଏକ ବଡ଼ ମେଳା ଅନୁଷ୍ଠିତ ହୋଇଥିଲା । ସେଠାରେ ହିଁ ପ୍ରସାଦ ଖାଇ ୨୮ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ଚିକିତ୍ସା ନିମନ୍ତେ ଅବିଳେମ୍ବେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

Comments are closed.