ଦିଲ୍ଲୀ: ଏପ୍ରିଲ୍ ୦୯: ଭାରତର ଗୃହମନ୍ତ୍ରାଳୟ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନ ଓ ୧୯୬୭ ଆଧାରରେ ‘ଲଶPର୍-ଏ-ତାଇବା’ର ଆତଙ୍କବାଦୀ ମହମ୍ମଦ୍ ସଇଦ୍ର ପୁଅ ହାଫିଜ୍ ତଲ୍ହା ସଇଦ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି । ଏଥିସହିତ ହାଫିଜ୍ ତଲ୍ହାକୁ ଆତଙ୍କଦାବୀ ତାଲିକାର ୩୨ ନମ୍ବର ଧାଡ଼ିରେ ସାମିଲ କରିଛି । ଏହି ତାଲିକାରେ ହାଫିଜ୍ ତଲ୍ହାର ବାପାର ନାମ ମଧ୍ୟ ରହିଛି ।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ହାଫିଜ୍ ସୟିଦ୍କୁ ୩୩ ବର୍ଷ କାରାଦଣ୍ଡାଦେଶ ହେବାର ଦିନକ ପରେ ଗୃହମନ୍ତ୍ରାଳୟ ହାଫିଜ୍ ତଲ୍ହାକୁ ଆତଙ୍କବାଦୀ ଚିହ୍ନିତ କରି ତାଲିକାଭୁକ୍ତ କରିଛି । ପାକିସ୍ତାନର ‘କାଉଣ୍ଟର୍-ଟେରରିଜମ୍ ଡିପାର୍ଟମେଣ୍ଟ୍’ ଫାଇଲ୍ କରିଥିବା ଦୁଇଟି ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ହାଫିଜ୍ ସୟିଦ୍ ଦୋଷୀ ସାବ୍ୟସ୍ତ ହୋଇଥିଲା ।
ହାଫିଜ୍ ତଲ୍ହା ଏବେ ଆତଙ୍କବାଦୀ ସଙ୍ଗଠନର ମୋଲବି ସଙ୍ଗଠନର ମୁଖ୍ୟ ରହିଛି । ଏହାଛଡ଼ା ସେ ଆତଙ୍କବାଦୀ ଚୟନ, ପାଣ୍ଠି ଆଦାୟ, ଭାରତ ଏବଂ ଆଫଗାନିସ୍ତାନରେ ଭାରତୀୟ ସ୍ୱାର୍ଥ ରକ୍ଷାକାରୀଙ୍କ ଉପରେ ଲଶPର୍-ଏ-ତେବାଦ ଆକ୍ରମଣ ପାଇଁ ଯୋଜନା ଆଦିରେ ସକ୍ରିୟ ରହିଛି ବୋଲି ଗୃହ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ଉଲ୍ଲେଖ କରିଛନ୍ତି ।
ଉକ୍ତ ବିଜ୍ଞପ୍ତିରେ ରହିଛି ଯେ, ହାଫିଜ୍ ତଲ୍ହା ସମଗ୍ର ପାକିସ୍ତାନରେ ଥିବା ‘ଏଲ୍ଇଟି’ ଶିବିର ପରିଦର୍ଶନ କରି ପ୍ରବଚନ ଜରିଆରେ ଭାରତ, ଇସ୍ରାଏଲ୍, ଆମେରିକା ଏବଂ ପାଶ୍ଚାତ୍ୟ ଭାରତୀୟ ସ୍ୱାର୍ଥ ରକ୍ଷାକାରୀ ସମ୍ପ୍ରଦାୟ ବିପକ୍ଷରେ ଜିହାଦ ପ୍ରଚାର କରୁଛି । ସେ ହେଉଛି ଏକ କୁଖ୍ୟାତ ଆତଙ୍କବାଦୀ ।

Comments are closed.