ନୂଆଦିଲ୍ଲୀ : ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। କଠୋର ହେଲେ ଭାରତ ସରକାର। ଦେଶରେ ପ୍ରାୟ ୨୫ ଓଟିଟି ପ୍ଲାର୍ଟଫର୍ମକୁ ବ୍ୟାନ୍ କରିଛନ୍ତି ସରକାର । ଏହି ୨୫ ମୋବାଇଲ୍ ଆପ୍ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ନେଇ ଅଭିଯୋଗ ହୋଇଛି । ULLU, ALTT BALAJI, ଦେଶୀଫ୍ଲିକ୍ସ, ବୁମେକ୍ସ, ନୱରସା ଲାଇଟ୍, ଗୁଲାବ ଆପ୍ ଏବଂ ବିଗ୍ ସଟ୍ସ୍ ଭଳି ୨୫ଟି ଆପ୍ ଏବଂ ୱେବସାଇଟ୍କୁ ବ୍ୟାନ୍ କରାଯାଇଛି ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ନୋଟିଫିକେସନ ଜାରି କରାଯାଇଛି । ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି)ମାନଙ୍କୁ ସରକାରୀ ନିର୍ଦ୍ଦେଶର ଏକ କପି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ ହେଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।
ସଫ୍ଟ ପର୍ଣ୍ଣ କଣ୍ଟେଣ୍ଟକୁ ପ୍ରମୋସନ କରୁଥିବା ୱେବସାଇଟ୍କୁ ତୁରନ୍ତ ବ୍ଲକ କରିବାକୁ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ, ଏହି ସବୁ ଆପ୍ ଏବଂ ୱେବସାଇଟ୍ ଆପତ୍ତିଜନକ ବିଜ୍ଞାପନ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣ କରୁଥିଲେ। ଯାହାକି ଭାରତୀୟ ଆଇନର ଉଲ୍ଲଙ୍ଘନ। ସରକାରୀ ନିର୍ଦ୍ଦେଶ ଅନୁସାରେ କୁହାଯାଇଛି ଯେ, ୨୫ ଆପ୍ ଓ ୱେବସାଇଟ୍କୁ ଆଇଟି ଆଇନର ଆଧାରରେ ଧାରା ୬୭ ଓ ୬୭ଏ, ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୨୯୪ ଓ ମହିଳା ଅଶ୍ଳୀଳ ଚିତ୍ରଣ ନିଷେଧ ଅଧିନିୟମ ୧୯୮୬ର ଧାରା ୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ଯଦି କୌଣସି ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସରକାରଙ୍କ ଆଦେଶକୁ ଉଲ୍ଲଂଘନ କଲେ, ଆଇଟି ଆଇନର ଧାରା ୭୯(୧) ଅନୁଯାୟୀ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ପୂର୍ବରୁ ମାର୍ଚ୍ଚ ମାସରେ ଅଶ୍ଳୀଳ ଏବଂ ଆପତ୍ତିଜନକ କଣ୍ଟେଣ୍ଟ ପାଇଁ ୧୯ ୱେବସାଇଟ୍, ୧୦ ଆପ୍ ଏବଂ ୫୭ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ବ୍ୟାନ୍ କରାଯାଇଥିଲା।
ବ୍ୟାନ୍ ହୋଇଥିବା ୨୫ ପ୍ଲାଟଫର୍ମ
ALTT,ULLU, Big Shots App, Desiflix, Boomex, Navarasa lite, gulab app, kangan app, bull app, jalva app, wow entertainment, look entertainment, hitprime, feneo, showx, sol talkies, adda tv, hotxvip,hulchul app, moodx, neonxvip, fugi,mojflix, triflicks