କାଠମାଣ୍ଡୁ : ନେପାଳରେ ଫସିଲେ ଓଡ଼ିଆ ପର୍ଯ୍ୟଟକ । ପଶୁପତି ନାଥ ଦର୍ଶନରେ ଯାଇ ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ । ୨ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଜେନ-ଜେଡ ପିଢ଼ିଙ୍କ ହିଂସାତ୍ମକ କାଣ୍ଡ ପରେ ନେପାଳରେ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି ।
ସେପଟେ ଭୁବନେଶ୍ୱରର ୩ ଯୁବକ ମଧ୍ୟ ମେପଲରେ ଫସିଥିବା ସୂଚନା ମିଳିଛି । ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ । ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ସେମାନେ ହିମାଳୟା ହୋଟେଲରେ ରହିଛନ୍ତି ।

Comments are closed.