ପାରାଦୀପ : ପାରାଦୀପ ବନ୍ଦରରୁ ୨୨୦ କୋଟିର କୋକେନ ଜବତ ଘଟଣା I ତଦନ୍ତରେ ଦେଖାଦେଇଛି ଭାଷାଗତ ସମସ୍ୟା I ଏହି ସମସ୍ୟା ଦୂର କରିବା ପାଇଁ ପାରାଦୀପରେ ପହଞ୍ଚିଛନ୍ତି ୨ ଟ୍ରାନ୍ସଲେଟର I ଗତକାଲି ରାତିରେ ଜଣେ ମହିଳା ଏବଂ ଜଣେ ପୁରୁଷ ଟ୍ରାନ୍ସଲେଟର ଦିଲ୍ଲୀରୁ ଆସି ପାରାଦୀପରେ ପହଞ୍ଚିଛନ୍ତି I ସେମାନେ ଜାହାଜରେ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କଉ ପ୍ରଶ୍ନ ପଚାରିବାରେ ସାହାଯ୍ୟ କାରୀବୀ I ଏହାଦ୍ୱାରା ତଦନ୍ତ ପ୍ରକ୍ରିୟା ଆଗେଇବା ବୋଲି ସୂଚନା ମିଳିଛି I
ସୂଚନାନୁସାରେ,ଗତ ୨୯ ତାରିଖରେ ପାରାଦୀପ ପୋର୍ଟ PICT ବର୍ଥରେ ଜାହାଜ MV DEBI ଲାଗିଥିଲା। ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ମାତ୍ର ତାହା ପୂର୍ବରୁ ଜାହାଜରୁ ସନ୍ଦେହଜନକ ଅବସ୍ଥାରେ କିଛି ପଦାର୍ଥ ମିଳିଥିବା ବେଳେ ଯାଞ୍ଚ ବେଳେ ତାହା କୋକେନ ବୋଲି ସ୍ପଷ୍ଟ ହୋଇଥିଲା। ଜାହାଜଟି ପାରାଦୀପରେ ଲାଗିଥିବା ବେଳେ କୋକେନ ମିଳିଥିବାରୁ କ୍ୟାପେଟନଙ୍କୁ ମିଶାଇ ୨୧ଜଣ କ୍ରିଉ ମେମ୍ବର କଷ୍ଟମସ୍ ବିଭାଗର ସ୍କାନରରେରହିଥିଲେ । ସେମାନଙ୍କୁ ଅଧିକାରୀମାନେ ଘନଘନ ଜେରାକରିଥିଲେ । ମାତ୍ର ଜାହାଜର ମାଲିକ ସମେତ ସମସ୍ତ ୨୧ କ୍ରିୟୁ ମେମ୍ବର ଭିଏତନାମର ହୋଇଥିବା ବେଳେ ତାଙ୍କୁ ପଚରାଉଚରା କରିବାଲାଗି ଭାଷାଗତ ସମସ୍ୟା ଉପୁଜିଥିଲା I ଜବତ କୋକେନକୁ କୁଜଙ୍ଗ କୋର୍ଟରେ ଦାଖଲ ପରେ କୋର୍ଟଙ୍କ ଅନୁମତି ନେଇ ସାମ୍ପଲା ୭ ହୋଇ ଏହାକୁ ମଲଖାନାରେ ରଖାଯାଇଛି I

Comments are closed.