‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ବର୍ଷ ୨୦୦୧ରେ ରିଲିଜ୍‌ ହୋଇଥିବା ସୁପରଡୁପର ହିଟ୍‌ ଫିଲ୍ମ କଭି ଖୁସି କଭି ଗମ୍‌ ୨୦ ବର୍ଷ ପୂରଣ କରିଛି । କରଣ ଜୋହର ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହାରୁଖ ଖାନ, କାଜୋଲ, କରୀନା କପୁର ଏବଂ ହ୍ରିତିକ ରୋସନ ଲିଡ୍‌ ରୋଲ୍‌ରେ ଥିଲେ । ସେତେବେଳେ ଏହି ମଲଫି ଷ୍ଟାରର ଫିଲ୍ମ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ଏହା ଏପରି ଏକ ପାରିବାରିକ ଫିଲ୍ମ ଯାହାକୁ ଆଜି ବି ସିନେପ୍ରେମୀମାନେ ଖୁବ ପସନ୍ଦ କରୁଛନ୍ତି । ଦେଶର ପ୍ରତି ଘରେ ଘରେ ଲୋକପ୍ରିୟ ହୋଇଥିବା ଫିଲ୍ମ ସମ୍ପର୍କରେ ଏପରି କିଛି କଥା ରହିଛି, ଯାହାକୁ ଆଜି ବି ଅଧିକାଂଶ ଲୋକ ଜାଣିନଥିବେ ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

କରଣ ଜୋହରଙ୍କ ପିତାଙ୍କ ନାମ ୟଶ୍‌ ଜୋହରଙ୍କ ଉପରେ ଅମିତାଭ ବଚ୍ଚନଙ୍କ ଚରିତ୍ର ୟଶ୍‌ ରାମଚନ୍ଦ୍ର ପର୍ଯ୍ୟବେସିତ ହୋଇଥିଲା ।
ଫିଲ୍ମରେ ୟଶ୍‌ ରାମଚନ୍ଦ୍ରଙ୍କ ଜନ୍ମଦିନ ମଧ୍ୟ କରଣଙ୍କ ପିତାଙ୍କ ଜନ୍ମଦିନ ଅନୁଯାୟୀ ୬ ସେପେଫମ୍ବରରେ ରଖାଯାଇଥିଲା । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କର କେମିଓ ରୋଲ୍‌ ହେବାର ଥିଲା । ଫିଲ୍ମରେ ଅଭିଷେକ ଏକ ସିନ୍‌ରେ କରୀନାଙ୍କୁ ସମୟ ପଚାରିବା ପାଇଁ ଆସୁଛନ୍ତି, ହେଲେ କରୀନା ତାଙ୍କୁ ଗାଳି କରୁଛନ୍ତି ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ଏହି ସିନ୍‌ର ସୁଟିଂ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଭୁଲ ବୁଝାମଣା ଯୋଗୁଁ ଅଭିଷେକଙ୍କ ସମସ୍ତ ସିନ୍‌କୁ ବାଦ୍‌ ଦିଆଯାଇଥିଲା । ପରେ ବାଦ୍‌ ଦିଆଯାଇଥିîବା ସିନ୍‌କୁ ଧର୍ମା ପ୍ରଡକ୍ସନ ସେୟାର କରିଥିଲା । କେବଳ ସେତିକି ନୁହେଁ କରୀନା କପୁର ତଥା ପୂଜାର ସାଙ୍ଗ ରବିର ରୋଲ୍‌ ପ୍ରଥମେ ଜନ୍‌ ଆବ୍ରାହମକୁ ଅଫର କରାଯାଇଥିଲା । ଏହାକୁ ଜନ୍‌ ମନା କରିଦେଇଥିଲେ । ଫିଲ୍ମର ଗୀତ ବୋଲେ ଚୁଡିୟା ସୁଟିଂ ସମୟରେ କରଣ ବେହୋସ ହୋଇଯାଇଥିଲେ ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ଏହା ପରେ ବି ସୁଟିଂ ଜାରି ରହିଥିଲା ଏବଂ ବେଡ୍‌ ଉପରେ ଶୋଇ କରଣ ୱାକି-ଟକି ଜରିଆରେ ସମ୍ପୂର୍ଣ୍ଣ ଗୀତକୁ ନିର୍ଦ୍ଦେଶିତ କରିଥିଲେ । ସବୁଠୁ ଦୁଃଖଦ ଘଟଣା ମଧ୍ୟ ଫିଲ୍ମ ସୁଟିଂ ସମୟରେ ଘଟିଥିଲା । ସେସମୟରେ କାଜୋଲ ଗର୍ଭବତୀ ଥିଲେ, ହେଲେ ସୁଟିଂ ସମୟରେ ତାଙ୍କର ଗର୍ଭନଷ୍ଟ ହୋଇଥିଲା ।

‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ଫିଲ୍ମ ରିଲିଜ୍‌ ସମୟରେ କାଜୋଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆହୁରି ମଧ୍ୟ କେହି ଜାଣିନଥିବେ ଯେ ଫିଲ୍ମରେ ଶାହାରୁଖ ଖାନଙ୍କ ପିଲାବେଳର ରୋଲ୍‌ ତାଙ୍କ ପୁଅ ଆୟର୍ନ ଖାନ୍‌ ହିଁ କରିଥିଲେ ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ
ଏ ପ୍ରଥମ ଥର ଥିଲା, ଯେତେବେଳେ ଆୟର୍ନ ସ୍କ୍ରିନରେ ନଜର ଆସିଥିଲେ । ଫିଲ୍ମରେ ଥିବା ଶାବା-ଶାବା ଗୀତକୁ ଅମିତାଭ ବଚ୍ଚନ ନିଜେ ହିଁ ଗାଇଥିଲେ । ଏହି ଗୀତକୁ ରେକର୍ଡ କରିବା ପାଇଁ ଅମିତାଭଙ୍କୁ ୧୬ ଦିନ ଲାଗିଥିଲା ।
‘କଭି ଖୁସି କଭି ଗମ୍‌’କୁ ୨୦ ବର୍ଷ ପୂରିଲା: ଜାଣନ୍ତୁ ଫିଲ୍ମ ପଛର କାହାଣୀ

ଗୀତଟି ସେତେବେଳେ ବହୁତ ପପୁଲାର ହୋଇଥିଲା ।

Govt

Comments are closed.