ବାରିପଦା : ବାରିପଦାରେ ବଡ଼ ଧରଣର GST ଚଢ଼ାଉ । ଜବତ ହେଲା ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା । ବାରିପଦା ଏମକେସି ହାଇସ୍କୁଲ ଛକରେ ସିକ୍ୱେଲ କମ୍ପାନୀର ଲଜିଷ୍ଟିକ ଗାଡି ସହ ୨୦ କେଜି ସୁନା ଜବତ କରିଛି GST ବିଭାଗ । ଏହାସହ ୩ ଜଣଙ୍କୁ ଅଟକ ରଖାଯାଇଛି । ବାରିପଦା ବାଣିଜ୍ୟକର ଓ GST ପକ୍ଷରୁ ଏହି ସବୁ ସୁନାକୁ ଜବତ କରାଯାଇଛି । ବ୍ୟବସାୟୀଙ୍କ ନିକଟରେ ଡେଲିଭରୀ ସମୟରେ ବିଶେଷ ସୂତ୍ରରୁ ଖବର ପାଇ GST ଅଧିକାରୀ ଚଢ଼ାଉ କରିଥିଲେ। ମୁମ୍ବାଇ ଓ କଲିକତାରୁ ଆସୁଥିଲା ସୁନା ଅଳଙ୍କାର । ତେବେ ଯାଞ୍ଚ ସମୟରେ ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ସୁନା ସହ ଗାଡ଼ିକୁ ଜବତ କରାଯାଇଛି । ବାରିପଦା GST ଡେପୁଟି କମିଶନର ଏନେଇ ସୂଚନା ଦେଇଛନ୍ତି ।

Comments are closed.