ରାୟଗଡା: ରାୟଗଡ଼ା ଅବକାରୀ ବିଭାଗ ହାତରେ ଏକ ବଡ଼ ଗଞ୍ଜେଇ ର୍ୟାକ୍ ଧରାପଡ଼ିଛି । ରାୟଗଡ଼ାରୁ ଉତ୍ତରପ୍ରଦେଶକୁ ଚୋରା ଭାବେ ଯାଉଥିବା ଏକ ଟ୍ରକ୍୍ରୁ ପ୍ରାୟ ୨ କ୍ୱିଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ୍ ହୋଇଛି ।
ସୂଚନା ଅନୁସାରେ, ଅବକାରୀ କମିଶନର ଆଶିଷ କୁମାର ସିଂ ଅବକାରୀ ବିଭାଗ ଦାୟିତ୍ୱ ପରେ ରାଜ୍ୟରେ ଯେପରି ଅବକାରୀ ବିଭାଗରେ ଚଳଚଞ୍ଚଳ ହୋଇପଡ଼ିଛି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ଶ୍ରୀମତି ନିନା ବେଉରାଙ୍କ ତ‰ାବଧାନରେ ଅବକାରୀ ଇନ୍ସପେକଫର ସୂର୍ଯ୍ୟ ନାରାୟଣ ରଥ ଏବଂ ଟିମ ସଦସ୍ୟ ଚନ୍ଦନ ପାଣି , କରୁଣାକର ପାତ୍ର , ପି. ଧର୍ମାରାଓ ,ବିଷ୍ଣୁ ଦାସ ବେବର୍ତା ମିନାଝୋଲା ମୁଖ୍ୟ ରାସ୍ତାରେ ରାଯଗଡାରୁ ଉତ୍ତରପ୍ରଦେଶକୁ ଚୋରା ଚାଲାଣ କରୁଥିବା ଟ୍ରକ ସହ ଗାଡି ମାଲିକ ଜଗଦୀଶ ନାରାୟଣ ଯାଦବ ଗାଡ଼ି ଚାଳକ ଅଜୟ ଯାଦବ , ହେଲପର ସୁନୀଲ ତରବାକୁ ଅଟକାଇ ସମସ୍ତ ନିୟମ ପାଳନ କରି ୨ କ ୍ୱିଣ୍ଟାଲ ୪୦ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କ ଘର ଉତ୍ତର ପ୍ରଦେଶର ଇଟାୱାରେ ବୋଲି ଜଣାପଡ଼ିଛି । ଜବତ କରିଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି ।

Comments are closed.