କାର ଧକ୍କାରେ ୨ କାଉଡିଆଙ୍କ ମୃତ୍ୟୁ ,୨ ଗୁରୁତର

ନିଶ୍ଚିନ୍ତକୋଇଲି :କାଉଡ଼ିଆଙ୍କ ଉପରେ ମାଡ଼ିଗଲା କାର୍ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ତହସିଲ ଅଫିସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଜିଗିନିପୁର ବସୁପଦା ଗାଁର ୩୭ ଜଣ କାଉଡ଼ିଆ ପାଣି ଧରି ଯାଉଥିବାବେଳେ ଏକ କାର ସେମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନିଶ୍ଚିଡକୋଇଲି ବ୍ଲକ ଅନ୍ତର୍ଗତ ଜିଗିନିପୁର ବସପଦା ଗାଁର ଚିନ୍ମୟୀ ବେହେରା (୨୨) ଓ ଫଗଳ ପଞ୍ଚାୟତ ଝାରପଡା ଗାଁର ରାମଚନ୍ଦ୍ର ରାଉତଙ୍କ ପୁଅ ଜ୍ୟୋତିରଞ୍ଜନ ରାଉତ (୧୮) । ଅନ୍ୟ ଦୁଇ କାଉଡିଆଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। କଟକ ସ୍ଥାନାନ୍ତର ସମୟରେ ଜ୍ୟୋତି ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତଦନ୍ତ କରୁଛି ।

ସୂଚନାନୁସାରେ,ଆଜି ଶ୍ରାବଣର ଦ୍ବିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରୁଛନ୍ତି କାଉଡିଆ । ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ବର, ବାବା ଆଖଣ୍ଡଳମଣିଙ୍କ ପୀଠରେ ଶତାଧିକ ବୋଲବମ୍ ଭକ୍ତ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି।

Comments are closed.