ନନ୍ଦନକାନନ କୁ ଆସିଲେ ୨ ଟି ଜିରାଫ

ଭୁବନେଶ୍ୱର : ୧୨ ବର୍ଷ ପରେ ଖୁସିକୁ ମିଳିଲା ଖୁସି । ନନ୍ଦନକାନନ କୁ ଆସିଲେ ୨ ଟି ନୂଆ ଜିରାଫ । ଦୀର୍ଘ ୮ ବର୍ଷ ପରେ ପ୍ରାଣୀ ଉଦ୍ୟାନରେ ସାମିଲ ହେଲେ ଆଉ ୨ ନୂଆ ଜିରାଫ । କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି । ଫଳରେ ନନ୍ଦନକାନନରେ ଜିରାଫ ସଂଖ୍ୟା ୩ କୁ ବୃଦ୍ଧି ପାଇଛି । ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି।

ଅନ୍ୟପକ୍ଷରେ ଦୀର୍ଘ ୧୨ ବର୍ଷ ପରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ‘ଖୁସି’କୁ ତା’ର ସାଥୀ ମିଳିଯାଇଛି। ଦୁହିଁଙ୍କୁ ଆଣିବାକୁ ଏକ ସ୍ବତନ୍ତ୍ର ଦଳ ଓଡ଼ିଶାରୁ ଅଲିପୁର ଯାଇଥିଲେ। ଏହି ଦୁହିଁଙ୍କୁ ଆଣିବା ପାଇଁ ୧୬.୫ ଫୁଟ ଉଚ୍ଚ ଏକ ବକ୍ସର ବ୍ୟବସ୍ଥା କରାଯାଇଥିଲା। କୋଲକାତାରୁ ଭୁବନେଶ୍ୱର ଅଣାଯିବା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କଡ୍ରନ୍ କରାଯାଇଥିଲା। ଏହି ରୁଟରେ ଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧାର ଜିଲ୍ଲାପାଳ ଓ ଏସପି, DFOଙ୍କୁ ଟ୍ରାଫିକ କ୍ଲିଏରାନ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିଥିଲେ। ସେଠାରୁ ଅଗଷ୍ଟ ୩୧ରେ ବାହାରି ଦୀର୍ଘ ୨୫ ଘଣ୍ଟା ପରେ ନନ୍ଦନକାନନରେ ପହଞ୍ଚିଛନ୍ତି ଏହି ଦୁଇ ଜିରାଫ। ବର୍ତ୍ତମାନ ଦୁଇ ଜିରାଫଙ୍କୁ ସ୍ବତନ୍ତ୍ର ଟିମ୍‌ ଖାଦ୍ୟ, ରହଣି, ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରୁଛନ୍ତି। ନନ୍ଦନକାନନରେ ଥିବା ଜିରାଫ ଖୁସିକୁ ୨୦୧୨ରେ ପାଟନାରୁ ଅଣାଯାଇଥିଲା।

Govt

Comments are closed.