ପାରାଦୀପ : ପାରାଦୀପରୁ ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ସଡକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ I ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁରରେ। ମୃତକ ଦ୍ୱୟ ହେଲେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଗ୍ରାମର କରୁଣାକର ଦାଶଙ୍କ ପୁଅ ଚର୍ତୁଭୁଜ ଦାଶ(୨୯) ଏବଂ ରଞ୍ଜନ ଶତପଥିଙ୍କ ପୁଅ ମହେନ୍ଦ୍ର ଶତପଥୀ(୩୨) । ଚର୍ତୁଭୂଜ ଓ ମହେନ୍ଦ୍ର ଜଗସିଂହପୁର ଜିଲ୍ଲା ପାରାଦ୍ୱୀପରୁ ବାଲିଯାତ୍ରା ଦେଖି ଶୁକ୍ରବାର ବିଳମ୍ବିତ ରାତିରେ ବାଇକରେ ଫେରୁଥିବା ବେଳେ ବାଟରେ ଏକ ଟ୍ରକ ଧକ୍କାଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣା ର ଖବରପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି I

Comments are closed.