ଟ୍ରକ ପଛରେ ଯାତ୍ରୀବାହୀ ବସ ଧକ୍କା ହୋଇ ୨ ମୃତ

0

ଜଳେଶ୍ୱର : ଯାତ୍ରୀବାହୀ ବସ ଦୁର୍ଘଟଣା ହୋଇ ୨ ମୃତ। ଗତ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଛନ୍ତି । ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ ଓ ହେଲପର ମାହାଙ୍ଗାର ନୃସିଂହ ଖଟୁଆ ।

ସୂଚନାନୁସାରେ,ଗତ ବିଳମ୍ବିତ ରାତିରେ ଜଳେଶ୍ଵର ସ୍ଥିତ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ନୂଆ କୋର୍ଟ ସମ୍ମୁଖରେ ଡଲଫିନ ନାମକ ଯାତ୍ରୀବାହୀ ବସ୍ ଢେଙ୍କାନାଳ ନୃସିଂହପୁରରୁ କଲିକତା ଅଭିମୁଖେ ଯାଉଥିବାବେଳେ ରାସ୍ତା କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ ପଛପଟେ ଧକ୍କା ହୋଇଥିଲା । ବସ୍‌ର ସମ୍ମୁଖ ଭାଗ କ୍ୟାବିନଟି ପୁରା ଭାଙ୍ଗିଯାଇଥିବାବେଳେ ବସ ଡ୍ରାଇଭର ଓ ହେଲ୍‌ପରଙ୍କ ଚାପି ହୋଇ ମୃତ୍ୟୁ ଘଟିଥିଲା । ବସ୍‌ରେ ଥିବା ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୭ରୁ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ, ଅଗ୍ନିଶମ ବାହିନୀ ପହଂଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣାଯାଇଥିଲା ବେଳେ ସେଥିମଧ୍ୟରୁ ଅଧିକ ଗୁରୁତର ୪ଜଣ ଯାତ୍ରୀକୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜଳେଶ୍ୱର ପୋଲିସର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.