ପାରୀଦୀପ : ପାରୀଦୀପ ବନ୍ଦରରେ ଅଘଟଣ । ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ । ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ CISF,ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ । ଫଳରେ ଅସାବଧାନତା ଯୋଗୁଁ ଖସି ପଡ଼ିଥିବା ସୂଚନା ମିଳିଛି । ଏଇ ଦୁଇ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ସଦସ୍ୟ ଜଣକ ବାଂଲାଦେଶ ର ହୋଇଥିବା ବେଳେ ନିଖୋଜ ଜଣକ ଚୀନ ନାଗରିକ ବୋଲି ସୂଚନା ମିଳିଛି।
