ତାମିଲନାଡୁ ବିମାନ ବନ୍ଦରରେ ୨ BF.7 ସଂକ୍ରମିତ ଚିହ୍ନଟ,ଚୀନ ରୁ ଫେରିଥିଲେ

ତାମିଲନାଡୁ : ଚୀନରେ କରୋନା ମହାମାରୀ ଆତଙ୍କ ଖେଳାଇଚାଲିଛି I ନିୟନ୍ତ୍ରଣ ବାହାରେ ରହିଛି ସଂକ୍ରମିତଙ୍କ ସଂଖ୍ୟା I ପ୍ରତିଦିନ ହଜାର ହଜାର ଲୋକ ମହାମାରୀର ଶିକାର ହେବI ସହ ପ୍ରାଣ ହରାଉଛନ୍ତି ଶହ ଶହ ଲୋକ । ଭାରତରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି I ମାସ୍କ ବାଧ୍ୟତାମୂଳକ ଏବଂ ବୁଷ୍ଟର ଡୋଜ ପାଇଁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି I ଏହାରି ଭିତରେ ଭାରତରେ ଆବିଷ୍କାର ହୋଇଛି ଚାଇନା ଭାଇରସ କୋଭିଡ -୧୯ BF.7 I ତାମିଲନାଡୁର ମଦୁରାଇ ବିମାନବନ୍ଦରରେ ଜଣେ ମହିଳା ଏବଂ ତାଙ୍କ ୬ ବର୍ଷର ଝିଅ BF.7 ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି I ନିକଟରେ ସେମାନେ ଚୀନ ରୁ କଲମ୍ବୋ ଦେଇ ଭାରତ ଫେରିଛନ୍ତି I

ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ ମଙ୍ଗଳବାର ଦିନ ମଦୁରାଇ ନିକଟ ବିରୁଧୁନଗର ର ଜଣେ ମହିଳା ମହିଳା ଏବଂ ତାଙ୍କ ଝିଅ ବିମାନରୁ ଓହ୍ଲାଇବା ପରେ ତାଙ୍କର ଆରଟି- PCR ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ଉଭୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାପରେ ଉଭୟଙ୍କୁ କୱାରେଣ୍ଟିନ ରେ ରଖାଯାଇ ତାଙ୍କ ନମୁନା ଜିନାମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି I ତାମିଲନାଡୁ ସରକାର ବର୍ତ୍ତମାନ ବିମାନ ବନ୍ଦରରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିଛନ୍ତି I

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ତାମିଲନାଡୁରେ କୋଭିଡ -19 ର୧୦ ଟି ନୂଆ ମାମଲା ସାମ୍ନାକୁ ଆସିଛି I ବର୍ତ୍ତମାନ ରାଜ୍ୟରେ ୫୧ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ଜଣା ପଡିଛି I

Govt

Comments are closed.