ପୁଣି ଯବାନଙ୍କ ରକ୍ତରେ ଭିଜିଲା ପୁଲୱାମା ମାଟି: ଏଲ୍‌ଓସି ନିକଟରେ ଗ୍ରେନେଡ୍‌ ବିସ୍ପୋରଣ, ୨ ଯବାନ ସହିଦ

ଶ୍ରୀନଗର: ଗତକାଲି ଜମ୍ମୁ ଓ କଶ୍ମୀରର ଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀର ଏକ ଦଳ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । କୁହାଯାଉଛି ଯେ, ସ୍ଥାନୀୟ ପୋଲିସ ଏବଂ ସିଆରପିଏଫ ଯବାନମାନେ ଚେକ୍‌ ପୋଷ୍ଟରେ ଯାଞ୍ଚ କରୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀର ତନଖି ଟିମ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ଗୋଙ୍ଗୁ କ୍ରସିଂ ଅଞ୍ଚଳରେ ଘଟିଥିବା କୁହାଯାଉଛି ।

ସୂଚନା ମୁତାବକ, ରବିବାର ଅପରାହ୍ନରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଗୋଙ୍ଗୁ କ୍ରସିଂ ନିକଟରେ ଥିବା ସର୍କୁଲାର ରାସ୍ତାରେ ପୋଲିସ ଏବଂ ସିଆରପିଏଫର ମିଳିତ ଟିମ୍‌ ଯାଞ୍ଚରେ ନିୟୋଜିତ ଥିଲେ । ଏହି ସମୟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଆହତ ସିଆରପିଏଫର ଏଏସ୍‌ଆଇ ବିନୋଦ କୁମାରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ସେହିପରି ଗତକାଲି ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ଏଲ୍‌ଓସି (ବାସ୍ତବ ନିୟନ୍ତ୍ରଣ ରେଖା) ନିକଟରେ ଆକସ୍ମିକ ଗ୍ରେନେଡ୍‌ ବିସ୍ପୋରଣ ହୋଇଥିଲା । ମେ„ର୍‌ ସେକ୍‌ଟର ପାଟ୍ରୋଲ୍‌ ପାର୍ଟିରେ ଏହି ବିସ୍ପୋରଣ ହୋଇଥିଲା । ଏଥିରେ ଭାରତୀୟ ସେନାର ଜଣେ କ୍ୟାପଟେନ୍‌ ଏବଂ ଜଣେ ଜୁନିୟର୍‌ କମିସନଡ୍‌ ଅଫିସର ସହିଦ ହୋଇଥିଲେ । ସହିଦ ଅଧିକାରୀ ହେଲେ, କ୍ୟାପଟେନ୍‌ ଆନନ୍ଦ ଏବଂ ନାଏବ ସୁବେଦାର ଭଗବାନ ସିଂହ । ତେବେ ଗୁରୁତର ଅବସ୍ଥାରେ ଦୁଇ ଯବାନଙ୍କୁ ହେଲିକେପ୍‌ଟର୍‌ ଯୋଗେ ଉଧମପୁର କମାଣ୍ଡ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଯବାନଙ୍କ ମୃତୁ୍ୟ ଘଟିଥିଲା ।

Govt

Comments are closed.