ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆଜିଠୁ ମିଳିବ ଆଡମିଟ କାର୍ଡ । ବୁଧବାରଠାରୁ ଅନଲାଇନ୍ରେ ଆଡମିଟ୍-କାର୍ଡ ଉପଲବ୍ଧ ହେବ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ କଲେଜ ଯାଇ ଆଡମିଟ କାର୍ଡ ଆଣିବେ ।
ସାମ୍ସ ୱେବସାଇଟ୍ WWW.SAMSODISHA.GOV.IN କୁ ଯାଇ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ କଲେଜ କର୍ତ୍ତୃପକ୍ଷ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ କଲେଜକୁ ଅବଗତ କରାଯାଇଛି । ଜାନୁଆରୀ ୨ରେ ପ୍ରାକ୍ଟିକାଲ ଓ ଫେବୃଆରୀ ୧୬ରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ସେପଟେ ଆଜିଠୁ ରାଜ୍ୟର ସମସ୍ତ ୧୧୫୮ଟି କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ ।

Comments are closed.