ଦିଲ୍ଲ: ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିନବେଶନ ଆରମ୍ଭରୁ ବିରୋଧୀ ସାଂସଦ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।
ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ଓ ଡିଏମ୍କେର ସାଂସଦ ରହିଛନ୍ତି । ସୁସ୍ମିତା ଦେବ, ଡ. ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତି ଛେତ୍ରି, ମୋହମ୍ମଦ ଅବଦୁଲ୍ଲା, ଏଏ ରହିମ୍, ଏଲ୍ ଯାଦବ, ଶିବାଦାସନ, ଅବୀର ରଂଜନ ବିଶ୍ୱାସ, ଓ ନଦୀମୂଲ ହକ୍ ମଧ୍ୟ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଗୃହ ଆରମ୍ଭରୁ ବିରୋଧୀ ଦଳର ସାଂସଦମାନେ ଦରଦାମ ବୃଦ୍ଧ, ମୁଦ୍ରାସ୍ପୀତ, ବେରୋଜଗାର ଓ ଯାଞ୍ଚ ଏଜେନ୍ସି ନେଇ ସରକାରଙ୍କ ନୀତିକୁ ସମାଲୋଚନା କରି ତିବ୍ର ବିରୋଧ କରିଥିଲେ । ଏହାସହିତ ଗୃହ ଭିତରେ ବିରୋଧୀ ସାଂସଦ ସ୍ଲୋଗାନ୍ ଦେଇଥିଲେ । ବସିବାକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ସୁଦ୍ଧା ସାଂସଦ ଶୁଣିନଥିଲେ । ଫଳରେ ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିଲା ।

Comments are closed.