ଭୁବନେଶ୍ୱର : ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ଇଣ୍ଡିଆ ଆନୁ କୂଲ୍ୟରେ ୧୭ତମ ଦକ୍ଷିଣ-ପଶ୍ଚିମ କ୍ଷେତ୍ରୀୟ ତାଇକୋଣ୍ଡୋ ପ୍ରତିଯୋଗିତା କର୍ଣ୍ଣାଟକର ସାହାକାର ନଗର ଇନ୍ଡୋର ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
କର୍ଣ୍ଣାଟକ ବିଧାନସଭାର ବିଧାୟକ କ୍ରିଷ୍ଣା ବାୟର ଗୌଡା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ଉଦ୍ଯାପନୀ ଉସିବରେ ଏକଲବ୍ୟ ପୁରସ୍କାରପ୍ରାପ୍ତ ମଞ୍ଜୁ ଏନ୍ଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉସିାହିତ କରିବା ସହ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ୩୦ଟି ପଦକ ମିଳିଛି । ୧୦ଟି ରାଜ୍ୟର ୬୦୬ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଥାର୍ଡ ଡାନ୍ ବ୍ଲାକ ବେଲଫ ଓଡ଼ିଶା କୋଚ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ନେତୃତ୍ୱରେ କଳିଙ୍ଗ ଯୋଦ୍ଧା ତାଇକୋଣ୍ଡୋ ପ୍ରଶିକ୍ଷିତ ୧୨ ଜଣ ପ୍ରତିଯୋଗୀ ୫ଟି ବର୍ଗରେ ଭାଗ ନେଇ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨୫ଟି ବ୍ରୋଞ୍ଜ ପଦକ ଜିତିଥିଲେ ।
ବ୍ୟକ୍ତିଗତ ସ୍ପାଇରିଂ ପୁରୁଷ ଭେଟେରାନ ବିଭାଗରେ ଦେବାଶିଷ ବାରିକ ଓ ତ୍ରିନାଥ ମଣ୍ଡଳ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ବିଭାଗରେ ଅନିତା ଡୋରା, ବାଳକ ବିଭାଗରେ ସାଇ ପ୍ରମୋଦ ଡୋରା ଏବଂ ବ୍ୟକ୍ତିଗତ ତୁଲ୍ସ ପୁରୁଷ ବିଭାଗରେ ବିଶ୍ୱଜିତ ଦାସ ରୌପ୍ୟ ପଦକ ହାସଲ କରିଥିଲେ । ବ୍ୟକ୍ତିଗତ ସ୍ପାଇରିଂ ମହିଳା ବିଭାଗରେ ଶୁଭ୍ରାଶିନୀ ମହାଲିଙ୍ଗ, ପୁରୁଷ ବିଭାଗରେ ବିଶ୍ୱଜିତ ଦାସ, ବାଳିକା ବିଭାଗରେ ପାଏଲ ଓଝା, ପ୍ରଦ୍ୟୋଷ ପାଇକରାୟ ବାଳକ ବିଭାଗରେ ଶୁଭମ ନାୟକ, ବ୍ୟକ୍ତିଗତ ପୁରୁଷ ତୁଲ୍ସ ବିଭାଗରେ ତ୍ରୀନାଥ ମଣ୍ଡଳ, ବାଳକ ବିଭାଗରେ ଶୁଭମ ନାୟକ, ସାଇପ୍ରେମ ଦୋରା, ବାଳିକା ବିଭାଗରେ ପାଏଲ ଓଝା, ଗ୍ରୁପ୍ ତୁଲ୍ସ ବାକଳ ବିଭାଗରେ ସାଇପ୍ରେମ ଦୋରା, ଶୁଭମ ନାୟକ, ସ୍ମୃତି ରଞ୍ଜନ ବେହେରା, ବିଶ୍ୱଜିତ ଦାସ, ଅରୋଭ ପଣ୍ଡା, ତ୍ରିନାଥ ମଣ୍ଡଳ, ଗ୍ରୁପ୍ ସ୍ପାଇରିଂ ବାଳିକାରେ ଜାଗୃତି ପ୍ରିୟଦର୍ଶିନୀ ନାୟକ, ପାଏଲ ଓଝା, ପ୍ରଦେଶା ପାଇକରାୟ, ଗ୍ରୁପ୍ ସ୍ପାଇରିଂ ବାଳକ ବିଭାଗରେ ସାଇପ୍ରେମ ଦୋରା, ଶୁଭମ ନାୟକ, ସ୍ମୃତି ରଞ୍ଜନ ବେହେରା, ଆରୋଭ ପଣ୍ଡା, ସେଲ୍ସ ଡିଫେନ୍ସ ବାଳିକା ବିଭାଗରେ ଜାଗୃତି ପ୍ରିୟଦର୍ଶିନୀ ନାୟକ, ସାଇପ୍ରେମ ଦୋରା ଓ ଶୁଭମ ନାୟକ ପ୍ରମୁଖ ବ୍ରୋଞ୍ଜ ପଦକ ଅର୍ଜନ କରିଥିଲେ ।
ଓଡ଼ିଶାର ଏହି ସଫଳତା ପାଇଁ ପ୍ରତିଯୋଗୀଙ୍କୁ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ ସମ୍ମୁହର ଅଧ୍ୟକ୍ଷ ତଥା କଳିଙ୍ଗ ତାଇକୋଣ୍ଡୋ ଆସୋସିଏସନ୍ ସଭାପତି ବଦ୍ରିନାଥ ପଟ୍ଟନାୟକ, ରୋଟାରିଆନ୍ ଶୁଭକାନ୍ତ ସାମନ୍ତସିଂହାର, କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ୍ ଟ୍ରଷ୍ଟର ଟ୍ରଷ୍ଟି ପ୍ରିୟବ୍ରତ ପାଢ଼ୀ ଏବଂ ପ୍ରଶାନ୍ତ କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.