ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ପାଇବେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ । ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍)ଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ(ସ୍କେମାଟିକ୍)ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରାଇବେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ସାମିଲ ହେବେ।

ଚୟନ ହୋଇଥିବା ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ଜଣ ଥିବା ବେଳେ ବାଲେଶ୍ୱରରେ ୬୦୦, ବରଗଡ଼ରେ ୪୭୯, ଭଦ୍ରକରେ ୨୬୦, ବଲାଙ୍ଗୀରରେ ୧,୦୮୦, ବୌଦ୍ଧରେ ୬୫, କଟକରେ ୮୯୩, ଦେବଗଡ଼ରେ ୨୧, ଢେଙ୍କାନାଳରେ ୫୮୩, ଗଜପତିରେ ୧୩, ଗଞ୍ଜାମରେ ୧,୨୬୪, ଜଗତସିଂହପୁରରେ ୮୮, ଯାଜପୁରରେ ୮୭୨, ଝାରସୁଗୁଡ଼ାରେ ୩୮, କଳାହାଣ୍ଡିରେ ୮୧୧, କନ୍ଧମାଳରେ ୧୫୧, କେନ୍ଦ୍ରାପଡ଼ାରେ ୧,୦୩୮, କେନ୍ଦୁଝରରେ ୧,୩୨୯, ଖୋର୍ଦ୍ଧାରେ ୭୫୩, କୋରାପୁଟରେ ୯୨୨, ମାଲକାନଗିରି ଜିଲ୍ଲାରେ ୫୫୫ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୮୨୭, ନବରଙ୍ଗପୁରରେ ୮୬୦, ନୟାଗଡ଼ରେ ୮୩, ନୂଆପଡ଼ାରେ ୨୨୧, ପୁରୀରେ ୭୩୩, ରାୟଗଡ଼ାରେ ୫୧୧, ସମ୍ବଲପୁରରେ ୨୧୮, ସୁବର୍ଣ୍ଣପୁରରେ ୧୫୭ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ପିଲାଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ଏହା ସହାୟକ ହେବ।

ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ରଖିଥିବା ବେଳେ ଏହି ପଦକ୍ଷେପ ଲକ୍ଷ୍ୟ ପୂରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Govt

Comments are closed.