୧୬ ଜଣ ହାର୍ଡକୋର ମାଓବାଦୀ ଗିରଫ

0

ମାଲକାନଗିରି : ମାଓ ଗଡ଼କୁ ଶକ୍ତ ଧକ୍କା । କମ୍ବିଂ ଅପରେସନ ବେଳେ ୧୬ ଜଣ ହାର୍ଡକୋର ମାଓବାଦୀ ଗିରଫ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ସୁରକ୍ଷାକର୍ମୀଙ୍କ ମାନେ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

ଖବର ଅନୁଯାୟୀ,ଗାଙ୍ଗଲୁର,ବାସାଗୁଡା ଏବଂ ଜାଙ୍ଗଲା ଜଙ୍ଗଲରେ ଏସ୍‌ଟିଏଫ୍, ଡିଆରଜି ଏବଂ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି । ଗତକାଲି ମଧ୍ୟ ୩ ଜଣ ହାର୍ଡକୋର ମାଓବାଦୀ ସୁରକ୍ଷାକର୍ମୀଂକ ହାତରେ ଧରାପଡ଼ିଥିଲେ ।

ଗିରଫ ମାଓବାଦୀମାନେ ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ରହି ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍‌ ରହିଛି । ଗିରଫ ପରେ ସମସ୍ତ ମାଓବାଦୀଙ୍କ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସ୍‌ପି କହିଛନ୍ତି ।

Govt
Leave A Reply

Your email address will not be published.