ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ

ପରଜଙ୍ଗ/ଢେଙ୍କାନାଳ, ଡିସେମ୍ବର ୨୫ – ଖେଳରେ ସ୍ପିରିଟ୍ ଅଛି । ଖେଳରେ ହାର୍ ଜିତ୍ ଅଛି । ଖେଳରେ ହାରିଲେ ଆଗକୁ ବଢିବାର ପ୍ରେରଣା ମିଳେ ବୋଲି ସୋମବାର ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ସ୍ଥିତ ପିଏମ ଶ୍ରୀ ଜବାହର ନବଦୋୟ ବିଦ୍ୟାଳୟରେ ୧୪. ୩୨ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଶୁଭ ଦେବା ସହ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଚାରି ଦଶନ୍ଧି ଧରି ଢେଙ୍କାନାଳ ଜିଲ୍ଲାରେ ଅନେକ ବଣମଲ୍ଲୀଙ୍କୁ ପାରିଜାତ ପୁଷ୍ପ ଭଳି ପରିବର୍ତ୍ତନ କରିବାରେ ସ୍କୁଲର ଯଥେଷ୍ଟ ଅବଦାନ ରହିଛି । ଏହି ସ୍କୁଲରେ ବହୁସଂଖ୍ୟକ ସାଧାରଣ ଘରର ପିଲାମାନେ ଅଧିକାଂଶରେ ଡକ୍ଟର, ଇଞ୍ଜିନିୟର, ପ୍ରଫେସର, ପ୍ରାଧ୍ୟାପକ, ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ସିଏ ହୋଇଛନ୍ତି । ଫାଇନାନ୍ସିଆଲ ମାର୍କେଟ୍ ମ୍ୟାନେଜମେଣ୍ଟ ଉପରେ ସ୍କୁଲରେ ଶିକ୍ଷାଦାନ ଦିଆଯାଉଛି । ଆଜି ଏଠାରେ  ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ବହୁମୁଖୀ ସଭାଗାର ପ୍ରାୟ ୬ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବ । ଏହାବ୍ୟତିତ ନିର୍ମାଣ ହେବାକୁ ଥିବା ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପଲେକ୍ସରେ ବାସ୍କେଟ୍ ବଲ୍, ଟେନିସ, ବ୍ୟାଡମିଣ୍ଟନ, ଭଲିବଲ୍ ଖେଳିବା ଭଳି ଅତ୍ୟାଧୁନିକ ଓ ଆନୁଷଙ୍ଗିକ ସୁବିଧା ରହିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଛାତ୍ରଛାତ୍ରୀଙ୍କୁ ଫୁଟବଲ୍ ଖେଳ ପ୍ରତି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳରେ ୧୭୮ଟି ସ୍କୁଲରେ ୮୭୦ଟି ଫୁଟବଲ ବିତରଣ କରାଯିବ । ଖେଳ ଶିକ୍ଷକ ମାନଙ୍କୁ ଆଧୁନିକ କୌଶଳର ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି । ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସେମାନଙ୍କ ଦକ୍ଷତା ଓ ପ୍ରତିଭାର ବିକାଶ କରିବା ପାଇଁ ୮ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯିବ । ସେ ଗୁଡିକ ହେଲା ଭାଷା, ଗଣିତ, ବିଜ୍ଞାନ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, କାରିଗରୀ ତଥା ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷା ପଢାଯିବ । ଯେତେବେଳେ ୨୦୩୬ ଅଲିମ୍ପିକ୍ସ ପାଇଁ ଆମ ଦେଶ ପ୍ରସ୍ତୁତି ଆରମ୍ଭ କରିଛି, ସେ ଦୃଷ୍ଟିରୁ ଫୁଟବଲ୍ କାର୍ଯ୍ୟକ୍ରମ ଉପଯୋଗୀ ହେବ ।

width="300"

Govt

Comments are closed.