ନର୍ମଦା ନଦୀରେ ବସ୍‌ ଖସି ୧୩ ଜଣଙ୍କର ମୃତୁ୍ୟ

ଧାର୍‌/ମଧ୍ୟପ୍ରଦେଶ : ଜୁଲାଇ ୧୮: ମଧ୍ୟପ୍ରଦେଶ ସ୍ଥିତ ଧାର୍‌ ଜିଲ୍ଲା ଦେଇ ପ୍ରବାହିତ ନର୍ମଦା ନଦୀରେ ଆଜି ସକାଳ ସମୟରେ ଏକ ବସ୍‌ ପଡ଼ିଯିବା ଫଳରେ ୧୩ ଜଣ ଯାତ୍ରୀଙ୍କର ମୃତୁ୍ୟ ହୋଇଛି । ଅନ୍ୟପକ୍ଷରେ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ନର୍ମଦା ନଦୀରେ ବସ୍‌ ଖସି ୧୩ ଜଣଙ୍କର ମୃତୁ୍ୟ

ସୂଚନା ଅନୁସାରେ, ମହାରାଷ୍ଟ୍ର ରୋଡେ୍‌ୱଜରେ ବସ୍‌ଟି ଇନ୍ଦୋରରୁ ପୁଣେ ଅଭିମୁଖେ ଯାତ୍ରା କରୁଥିଲା । ଖଲ୍‌ଘାଟ ଦେଇ ପଡ଼ିଥିବା ଆଗ୍ରା-ମୁମ୍ବାଇ ରାଜପଥରେ ଯାଉଥିବା ସମୟରେ ବସ୍‌ଟି ହଠାତ୍‌ ଏକ ପୋଲର ବାଡ଼ା ଭାଙ୍ଗି ନଦୀ ଭିତରକୁ ଖସିପଡ଼ିଥିଲା । ଉକ୍ତ ବସ୍‌ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିଲେ । ତେବେ ଚକା ଖସି ଯିବାରୁ ବସ୍‌ଟିର ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ଅନୁମାନ କରାଯାଉଛି । ପ୍ରବଳ ବୃଷ୍ଟିପାତ ସତ୍ତେ୍ୱ ନଦୀରୁ କେତେକ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ନର୍ମଦା ନଦୀରେ ବସ୍‌ ଖସି ୧୩ ଜଣଙ୍କର ମୃତୁ୍ୟ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଏନେଇ ଟୁଇଟ୍‌ରେ କହିଛନ୍ତି ଯେ: ଦୁର୍ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଟିମ୍‌ ଉପସ୍ଥିତ ଅଛି । ମୁଁ ଖର୍ଗୋନ୍‌, ଧାର୍‌ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ ରଖିଛି । ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଭଳି ଦୁଃଖଦ ସମୟରେ ପୀଡ଼ିତ ପରିବାର ଆପଣାକୁ ଏକାକୀ ମନେକର;ୁ ନାହିଁ । ସମଗ୍ର ମଧ୍ୟପ୍ରଦେଶ ସେମାନଙ୍କୁ ସହାୟତା ପ୍ରଦାନ କରିବ ।

ନର୍ମଦା ନଦୀରେ ବସ୍‌ ଖସି ୧୩ ଜଣଙ୍କର ମୃତୁ୍ୟ

Govt

Comments are closed.