ଟ୍ୟାଙ୍କର ଧକାରେ ଜଳିଗଲା ବସ୍‌: ୧୨ ଜଣ ଯାତ୍ରୀ ମୃତ, ୩ ଗୁରୁତର

ରାଜସ୍ଥାନ : ନଭେମ୍ବର ୧୦: ରାଜସ୍ଥାନ ସ୍ଥିତ ବାଡମେରଠାରେ ଏକ ମର୍ମ;ୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣ ପୋଡିଯାଇ ମୃତୁ୍ୟବରଣ କରିଛନ୍ତି ।
ସୂଚନା ଅନୁସାରେ, ରାଜସ୍ଥାନର ବାଡମେର ଓ ଯୋଧପୁର ରାଜପଥରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହି ବସକୁ ଧକା ଦେଇଥିଲା । ଏଥିରେ ବସ୍‌ରେ ନିଆଁ ଲାଗିଯାଇଥିଲା । ବସରେ ଥିବା ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ଯାତ୍ରୀ ଜୀବନ୍ତଦU ହୋଇ ମୃତ୍ୟୁବରଣ କରିଛନ୍ତି । ଏଭଳି ଦୁର୍ଘଟଣା ପରେ ରାଜପଥରେ ଭିଡ଼ ଜମିବାରେ ଲାଗିଛି ।

ବସରେ ଥିବା ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ୯.୫୫ ମିନିଟରେ ବସଟି ବାଲୋତରାରୁ ବାହାରିଥିଲା । ରାସ୍ତାରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ବସକୁ ଧMା ଦେଇଥିଲା । ଫଳରେ ହଠାତ ବସରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା କି କ୍ଷଣକ ମଧ୍ୟରେ ବସରେ ଥିବା ଯାତ୍ରୀମାନେ ଜଳିଯାଇଥିଲେ । ବସରେ ମୋଟ ୨୫ ଜଣ ଯାତ୍ରୀଥିବା ବେଳେ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେହିପରି ୩ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି ।

Govt

Comments are closed.