ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗିର ଆକ୍ସନ କମିଟି ଓ ଜିଲ୍ଳା ଓକିଲ ସଂଘର ବନ୍ଦ ଡାକରାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଦୀର୍ଘ କିଛି ବର୍ଷ ହେଲା ଆନ୍ଦୋଳନ ଫିକା ପଡିଥିବା ବେଳେ ଆଜି ଆନ୍ଦୋଳନକୁ ପୁଣି ଜୋରଦାର କରାଯାଇଛି ।

ଆଜି ବନ୍ଦ ପାଳନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ପୋଷ୍ଟ ଅଫିସ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ, ଗାଡିଚାଳଚଳକୁ ବାଦ ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏହି ଆନ୍ଦୋଳନକୁ ୨୦ରୁ ଅଧିକ ସଂଗଠନ ସମର୍ଥନ ଦେବା ସହ ସାମିଲ ହୋଇଥିବା ଆକ୍ସନ କମିଟି ଆବାହକ ଗୋପାଲଜି ପାଣିଗ୍ରାହୀ କହିଛନ୍ତି ।

Comments are closed.