କୁର୍ଣ୍ଣୁଲ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟି ୧୧ ଜଣ ଜୀବନ୍ତ ଦଗ୍ଧ

0

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ : ହାଇଦ୍ରାବାଦ ବେଙ୍ଗାଲୁରୁ ଏନ୍‌ଏଚ୍‌ରେ ଯାତ୍ରୀବାହୀ ଚଳନ୍ତା ବସରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୧ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ୧୨ ରୁ ଅଧିକ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାସ୍ଥିତ ଚିନ୍ନାଟେକୁର ନିକଟରେ ଶୁକ୍ରବାର ଭୋର ସମୟରେ ଏହି ଅଘଟଣ ଘଟିଛି ।

ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ମର୍ମନ୍ତୁଦ ବସ୍ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣହାନି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ସେହିପରି ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ୨ଲକ୍ଷ, ଆହତଙ୍କୁ ୫୦ହଜାର ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଧାନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏକ ଦୁର୍ଘଟଣାରେ ପ୍ରାଣହାନି ଯୋଗୁଁ ଅତ୍ୟନ୍ତ ମର୍ମାହତ। ଏହି କଷ୍ଟକର ସମୟରେ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।

ଖବର ଅନୁସାରେ,ଆଜି ସମୟରେ ହାଇଦ୍ରାବାଦରୁ ବେଙ୍ଗାଳୁରୁ ଯାଉଥିଲା ଏକ ଘରୋଇ ଟ୍ରାଭେଲ୍ସ। ଭୋର ୩:୩୦ ସମୟରେ ଏକ ଦୁଇଚକିଆ ଯାନକୁ ଧକ୍କା ଦେବା ପରେ ଏଥିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଧକ୍କାପରେ ତୁରନ୍ତ ନିଆଁ ବସର ଆଗପଟୁ ବ୍ୟାପିଯାଇ ସମ୍ପୂର୍ଣ୍ଣ ଗାଡ଼ିକୁ କବଳିତ କରିଥିଲା।

ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଭାଙ୍ଗି ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ଏହି ୧୨ ଜଣଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମୟରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା, ଯାହା ଦୁର୍ଘଟଣାର କାରଣ ହୋଇପାରେ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.