ଭୁବନେଶ୍ଵର: ରାଜା ଚକ୍ରଙ୍କୁ ଘାଣ୍ଟୁଛି ଇଓଡବ୍ଲୁ । ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ୍ କୋ-ଅପରେଟିଭ୍ ସୋସାଇଟିରେ ୧୦୦ କୋଟି ଘୋଟାଲାକୁ ନେଇ ଛାନ୍ଭିନ୍ କରୁଛି ଇଓଡବ୍ଲୁ । କେତେ ଲୁଚାଇଥିଲେ, କେତେ ଛପାଇଥିଲେ ରାଜା ଚକ୍ର । ଖୋଜି ଖୋଜି ସବୁ ବାହାର କରୁଛି ଅର୍ଥନୈତିକ ଅପରାଧିକ ଶାଖା (EOW) ।
ବୁଧବାର ଦ୍ଵିତୀୟ ଦିନରେ ରାଜା ଚକ୍ର ଓରଫ ସୌମ୍ୟଶଙ୍କର ଚକ୍ରଙ୍କ ୬ ରୁ ଅଧିକ ସ୍ଥାନରେ ଚଢ଼ାଉ କରିଛି ଇଓଡବ୍ଲୁ । କେନ୍ଦୁଝର, ଗୋପାଳପୁର, ଭୁବନେଶ୍ୱର, କୋଇଡ଼ା, ବଣାଇ ଓ ଧାମରାରେ ରେଡ୍ ଚାଲିଛି । ଚଢ଼ାଉ ବେଳେ ରାଜା ଚକ୍ରଙ୍କର ଆଖି ତରାଟିଲା ଭଳି ସମ୍ପତି ଦେଖି ତାଯୁବ ହୋଇଛି ଇଓଡବ୍ଲୁ । ଆଜି ୧୦ଟି ଗାଡ଼ି ଜବତ ହୋଇଥିବା ବେଳେ ଗତକାଲି ୨୦ରୁ ଅଧିକ ଗାଡି ଏବଂ ୨୫ଟି ଆକାଉଣ୍ଟ ଗତକାଲି ଠାବ କରିଥିଲା EOW ।
କଣ୍ଟ୍ରାକ୍ଟର ତଥା ରାଜାଙ୍କ ସହଯୋଗୀ ସୁଧାଂଶୁ ଶେଖର ନାୟକଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରି ଛାଡିଥିଲା EOW । ଦୁଇଦିନ ତଳେ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ୍ ରାଜା ଚକ୍ରଙ୍କୁ ଏହି ମାମଲାରେ ୧୧ ଘଣ୍ଟାର ମାରଥନ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା । ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ହେଉଛନ୍ତି କେନ୍ଦୁଝରର ବିଜେଡି ନେତା । ରାଜ୍ୟ ବିଜେଡି ଯୁବ ଉପସଭାପତି ।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବେଳେ ୨୦୨୧ ବେଳେ ତାଙ୍କୁ ଗାଡି ଉପରକୁ ବୋମା ପକାଇ ଧମକ ଦେଇଥିଲେ ରାଜାଚକ୍ର । ସେତେବେଳେ ଏନେଇ କେନ୍ଦୁଝର ଥାନାରେ ଅଭିଯୋଗ କରିଥିଲେ ମୋହନ । ହେଲେ ତୃତୀୟ ମହଲାର ଆଶୀର୍ବାଦରେ ରାଜା ଚକ୍ର ଏତେ ପାୱାରଫୁଲ ଥିଲେ ଯେ, ପୋଲିସ ତାଙ୍କ ବିରୋଧରେ ମାମଲା କରିବାକୁ ଦେଉଥିଲା ପଛଘୁଞ୍ଚା । ସେତେବେଳେ ଟୁଇଟ କରି ଘଟଣାକୁ ନିନ୍ଦା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Comments are closed.