କୋଇଡା ଖଣି ମଣ୍ଡଳରେ ଭିଜିଲାନ୍ସର ୧୦ ଜଣିଆ ଟିମ

କୋଇଡ଼ା : ବହୁ ଚର୍ଚ୍ଚିତ ମାଙ୍ଗାନିଜ୍ ଚୋରାଚାଲାଣ ଘଟଣା। ସୁନ୍ଦରଗଡ ଜିଲ୍ଲା କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ଯାହାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ଭିଜିଲାନ୍ସର ୧୦ ଜଣିଆ ଟିମ । ORSACର ୪ ଜଣ ସଦସ୍ୟଙ୍କ ସହ ଭିଜିଲାନ୍ସ ଏସ୍‌ପି, ତହସିଲଦାର ଓ ରେଞ୍ଜର ସାମିଲ୍ ଅଛନ୍ତି। କୋଇଡ଼ା ଖଣି ମଣ୍ଡଳର ମାଲଦା, ରୁଶିବେଣୁଆ, ଗିଡେଇ, ମୁଟୁକୁଦର, ପାଟମୁଣ୍ଡା, କଳମଙ୍ଗ, ଗଣୁଆଁ ଅଞ୍ଚଳରେ ପହଞ୍ଚି ଭିଜିଲାନ୍ସ ଟିମ୍ ସରଜମିନ ତଦନ୍ତ କରୁଛି।

Govt

Comments are closed.