୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ରାଉରକେଲା : ଭୁସୁଡୁଛି ମାଓ ଦୁର୍ଗ । ସଂଗଠନ ଛାଡୁଛନ୍ତି ସଦସ୍ୟ । ମୁଖ୍ୟସରତ ଆଡକୁ ମୁହାଉଁଛନ୍ତି ମାଓବାଦୀ । ଝାଡ଼ଖଣ୍ଡ ଡିଜିପିଙ୍କ ନିକଟରେ ଚାରି ଜଣ ମହିଳାଙ୍କ ସମେତ ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ସରଣ୍ଡା ଏବଂ କୋଲହାନ ଜଙ୍ଗଲରେ ସକ୍ରିୟ ଥିଲେ ଓ ସଙ୍ଗଠନ କୁ ସକ୍ରିୟ କରିବାକୁ ମୂଖ୍ୟ ଭୁମିକା ନେଉଥିଲେ ଏହି ସମସ୍ତ ମାଓବାଦୀ । କେନ୍ଦ୍ରୀୟ ଇଷ୍ଟର୍ଣ୍ଣ ରିଜିଓନାଲ ବ୍ୟୁରୋ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଏହି ୧୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ମାଓ ସଙ୍ଗଠନକୁ ଏକ ଶକ୍ତ ଧକ୍କା ହୋଇଛି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ଆତଙ୍କରାଜ ଚଳାଇ ହତ୍ୟା, ହତ୍ୟା ଉଦ୍ୟମ, ପୋଲିସ ସହ ମୁହାଁମୁହିଁ ଏନକାଉଣ୍ଟର, ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ପୋରଣ କରି କ୍ଷତି ପହଞ୍ଚାଇବା ଠାରୁ ଆରମ୍ଭ କରି ବିଭିନ୍ନ ମାମଲା ରହିଛି ।

Launching Ceremony of “AYUSHMAN BHARAT

Comments are closed.