ଉତ୍ତରପ୍ରଦେଶ: ଅପ୍ରେଲ ୧୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ କରିଛନ୍ତି ସମୀକ୍ଷା । ଗତକାଲିର ସମୀକ୍ଷା ବେଳେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ପ୍ରତ୍ୟେକ ବିଭାଗୀୟ ମୁଖ୍ୟାଳୟରେ ଅତି କମରେ ଜଣେ ମହିଳା ସୁରକ୍ଷା ଗୃହ ଏବଂ ମହିଳା ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯିବ । ଲକ୍ଷ୍ନୌରେ କ୍ୟାବିନେଟ୍ ସମ୍ମୁଖରେ ସାମାଜିକ ସୁରକ୍ଷା କ୍ଷେତ୍ରର ଆଠଟି ବିଭାଗର କାର୍ଯ୍ୟ ଯୋଜନା ଉପସ୍ଥାପନା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ ତଥା ଶିଶୁଙ୍କ ପ୍ରତିପୋଷଣ ପାଇଁ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କର ଏହି ପଦକ୍ଷେପକୁ ରାଜନୈତିକ ମହଲରେ ସ୍ୱାଗତ କରାଯାଇଛି।

Comments are closed.