ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ,୧ ମୃତ ଏକାଧିକ ଆହତ

0

ନୟାଗଡ଼ : ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ଡ଼ିଜେ ବାଜାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ନୟାଗଡ଼ ଭାପୁର କରଡ଼ାପଲ୍ଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ କରଡ଼ାପଲ୍ଲୀ ଗ୍ରାମର ହରିହର ସ୍ବାଇଁ। ହତ୍ୟାକାଣ୍ଡ ପରେ କରଡ଼ାପଲ୍ଲୀଗାଁରେ ଉତ୍ତେଜନା ଲାଗି ରହିଛି । ଖବର ପାଇ ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଫତେଗଡ଼ ଥାନା ପାଥପୁର ଓ କରଡ଼ାପଲ୍ଲୀ ଗାଁରେ ଗଣେଶ ଭସାଣି ଡିଜେକୁ ନେଇ ଉତେଜନା ଦେଖାଦେଇଥିଲା । ୨ ଗାଁ ମଧ୍ୟରେ ମାଡପିଟି ଓ ମରଣା ଅସ୍ତ୍ରରେ ଆକ୍ରମଣ ଘଟି ଜଣଙ୍କର ମୃତ୍ୟୁ ହେବା ସହିତ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଛନ୍ତି । ତେବେ ଏହି ଘଟଣାକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହେବାରୁ କରଡାପଲି ଗ୍ରାମର ଶତାଧିକ ଗ୍ରାମବାସୀମାନେ ଭାପୁର, ଖଣ୍ଡପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହି ଘଟଣାରେ ଫତେଗଡ଼ ଥାନା IIC ଓ ଖଣ୍ଡପଡା SDPO ପହଞ୍ଚି ତଦନ୍ତ ଚଳାଇଛନ୍ତି

Govt
Leave A Reply

Your email address will not be published.