ଡାକ୍ତରଙ୍କ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା

ଭୁବନେଶ୍ୱର: ଫେବୃଆରୀ ୧୭: ଭିଜିଲାନ୍ସ ରେଡରେ ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା । ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ପ୍ରସବ ପାଇଁ ପ୍ରସୂତୀଙ୍କ ସଂପର୍କୀୟଙ୍କ ଠାରୁ ଡାକ୍ତର ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ। ଜେରା ସହ ଭୁବନେଶ୍ୱର ବାସଭବନରେ ଚଢାଉ କରିଥିଲା ଟିମ୍। ଭୁବନେଶ୍ୱର କଳାରାହାଙ୍ଗରେ ଡାକ୍ତରଙ୍କ ଆଲିସାନ ବିଲଡିଂରୁ ୧ କୋଟି ୧୨ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବା ସୂଚନା ରହିଛି ।ତେବେ ଖାଲି ଏକ କୋଟି ଟଙ୍କା ନୁହେଁ ଏହା ସହିତ ସୁକାନ୍ତ ଜେନାଙ୍କର ଅନ୍ୟ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଯାଞ୍ଚ୍ କରୁଛି ଭିଜିଲାନ୍ସ ଟିମ୍ । ତାଙ୍କର ଅନ୍ୟ କେଉଁଠି ଘର,ପ୍ଲଟ ରହିଛି ଏବଂ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ଛାନଭିନ୍ ବର୍ତ୍ତମାନ ସୁଦ୍ଧା ଜାରି ରହିଛି।

Launching Ceremony of “AYUSHMAN BHARAT

Comments are closed.