୫୦୦କୋଟି ଟଙ୍କା ଠକେଇ ମାମଲାରେ ଏସଓଏସଏସ ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ

ବ୍ରହ୍ମପୁର: ମାର୍ଚ୍ଚ ୩୧: ସକସେସ୍‌ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ୫୦୦କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଛନ୍ତି । ଅର୍ଥନେତିକ ଅପରାଧ ଶାଖା ଦ୍ୱାରା ପଶୁପାଳକଙ୍କୁ ଗିରଫ କରାଯାଇଛି । ଗଞ୍ଜାମର ବ୍ରହ୍ମପୁରରୁ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରାଯାଇଛି । ୨୦୧୬ରେ ଏନେଇ ପୋଲିସରେ ଅଭିଯୋଗ ହୋଇଥିଲା । ଅଭିଯୋଗକାରୀ ପର୍ଶୁରାମ ବେହେରା ଏସଓଏସଏସ କମ୍ପାନି ନାଁରେ ଠକେଇ ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ କରାଯାଇଥିଲା ବୋଲି ଜଣାପଡ଼ିଛି ।

୫୦୦କୋଟି ଟଙ୍କା ଠକେଇ ମାମଲାରେ ଏସଓଏସଏସ ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ
ନିଖିଳାନନ୍ଦ ପଶୁପାଳକ

ତଦନ୍ତ ରିପୋର୍ଟ ଅନୁସାରେ , ୟୁପିର ଗାଜିଆବାଦରେ ଥିବା ବସୁନ୍ଧରାରେ ଏସଓଏସଏସର ମୁଖ୍ୟ ଅଫିସ ରହିଥିଲା । ଦେଶର ବିଭିନ୍ନ ରାଜ୍ୟରେ ଏହାର ଶାଖା ଖୋଲି ଏହି କମ୍ପାନୀ ଲୋକଙ୍କୁ ଲୁଟୁଥିଲା । ଓଡ଼ିଶାର ଗଞ୍ଜାମ ଜିଲ୍ଲରେ ଥିବା ବ୍ରହ୍ମପୁରର ଲୋଚାପଡ଼ାରେ ଏସଓଏସଏସର ଶାଖା ଖୋଲାଯାଇଥିବା ବେଳେ ଏହାର ଆଞ୍ଚଳିକ ନିର୍ଦ୍ଦେଶକ ଥିଲେ ନିଖିଳାନନ୍ଦ ପଶୁପାଳକ । ବୀମା ସେବା, ସେୟାର ମାର୍କେଟିଂ, ଜମିଜମା କାରବାରର ସେବା ଯୋଗାଇ ଦେବାକୁ କହି ଲୋକଙ୍କୁ ଟଙ୍କା ଠକିଥିଲେ । ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦୦କୋଟି ଟଙ୍କା ଠକେଇ କରିଥିଲେ ।
ଏହାପରେ ଜାନୁଆରି ୨୦୧୨ ପରେ କମ୍ପାନିକୁ ବନ୍ଦ କରିଦେବା ସହ ଯୋଗାଯୋଗ ନମ୍ବର ଓ ଠିକଣା ବଦଳାଇ ଦେଇଥିଲେ । ଏହିପରିକି ନିଖିଳାନନ୍ଦ ପଶୁପାଳକ ମଧ୍ୟ ନିଜର ନମ୍ବର ଓ ଠିକଣା ବଦଳାଇ ଫେରାର ହୋଇଯାଇଥିଲେ । ଠକିଥିବା ଟଙ୍କାରେ ଭୋଜପୁରୀ ଫିଲ୍ମରେ ଲଗାଇ ନିଜେ ସେହି ଫିଲ୍ମରେ ଅଭିନୟ କରିଥିଲେ ।

Govt

Comments are closed.