ବିବାଦରେ କନିକା

ବଲିଉଡ୍ ସିଙ୍ଗର କନିକା କପୁର ବିବାଦୀୟ ହୋଇପଡିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବା ପରେ ତାଙ୍କ ବିରୋଧରେ ଥାନାରେ ତିନୋଟି ମାମଲା ରୁଜୁ ହୋଇଛିା ଲକ୍ଷ୍ନୌ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ନରେନ୍ଦ୍ର କୁମାର ଅଗ୍ରଓ୍ୱାଲଙ୍କ ସୂଚନା ଅନୁଯାୟୀ, ଆଇପିସି ଧାରା ୧୮୮, ୨୬୯ ଓ ୨୭୦ ଅନୁଯାୟୀ କନିକାଙ୍କ ବିରୋଧରେ ମାମଲା ଦାୟର ହୋଇଛି।  ଲଣ୍ଡନରୁ ଫେରିବା ପରେ ଲକ୍ଷ୍ନୌ ପରିବାର ଲୋକଙ୍କ ସହିତ ମିଶିବା ସହ କନିକା ସାଙ୍ଗସାଥୀଙ୍କ ସହ ବିଭିନ୍ନ ପାର୍ଟିରେ ମଧ୍ୟ ସାମିଲ୍ ହୋଇଥିଲେ।

  ଭାଇରସରେ ସଂକ୍ରମିତ ହୋଇଥିବା ଜାଣି ବି ଏହାକୁ ଲୁଚାଇ ଥିବାରୁ ବିହାର ମୁଜାଫାରନଗରେ ତାଙ୍କ ବିରୋଧରେ ଆଉ ଏକ ମାମଲା ମଧ୍ୟ ଦାୟର ହୋଇଛିା ଏହାର ଶୁଣାଣି ୩୧ ମାର୍ଚ୍ଚରେ ହେବ।  ସେହିପରି ସୋଶାଲ ମିଡିଆରେ କନିକା ଖୁବ୍ ଟ୍ରୋଲ ହେବା ପରେ ଅଭିନେତ୍ରୀ ସୋନମ୍ କପୁର ଶନିବାର ତାଙ୍କ ପକ୍ଷ ନେଇ ଟ୍ୱିଟ କରିଥିଲ । ଏବେ କନିକା ମେଡିକାଲ୍ ଆଇସୋଲେସନ୍ ଓ୍ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତିା

Launching Ceremony of “AYUSHMAN BHARAT

Comments are closed.