ଆଜି ଉପରାଷ୍ଟ୍ରପତି ନିର୍ବାଚନ: ଏନ୍‌ଡିଏର ଜଗଦୀପଙ୍କ ପଲା ଭାରୀ

ଦିଲ୍ଲୀ : ଆସନ୍ତା କାଲି ଅନୁଷ୍ଠିତ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଏଥିରେ ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ୟୁପିଏ ପକ୍ଷରୁ ମାର୍ଗାରେଟ୍‌ ଆଲଭାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଷ୍ଟ୍ରପତି ନିର୍ବାଚନରେ ହୋଇଥିବା ଗୋଳମାଳିଆ ପରିସ୍ଥିତି ପରେ ଏହି ନିର୍ବାଚନରେ ବିଭିନ୍ନ ଦଳର ସ୍ଥିତି ଅସ୍ପଷ୍ଟ ରହିଛି ।

ତୃଣମୂଳ କଂଗ୍ରେସ ଏହି ନିର୍ବାଚନରେ ଭାଗ ନେବ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଶୁକ୍ରବାର ହୋଇଥିବା ମୋଦୀ-ମମତା ସାକ୍ଷାତକୁ ରାଜନୈତିକ ବିଶ୍ଳେଷକମାନେ ଅଂକ କଷିବା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଆପ, ଟିଆରଏସ, ଜେଏମଏମ ଆଦି ଦଳ ମାର୍ଗାରେଟଙ୍କୁ ସମର୍ଥନ ଘୋଷଣା କରିଥିବାବେଳେ ବହୁଜନସମାଜ ପାର୍ଟି ଧନକରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛି ।

ଶିବସେନାରେ ବିଭାଜନ ହୋଇଥିବାରୁ କିଛି ସାଂସଦ ଏନଡିଏକୁ ଓ ଆଉ କିଛି ସାଂସଦ ୟୁପିଏ ପ୍ରାର୍ଥୀଙ୍କୁ ଭୋଟ ଦେଇପାରନ୍ତି । ଏନଡିଏର ସହଯୋଗୀ ଦଳମାନେ ଧନକରଙ୍କୁ ଭୋଟ ଦେବାର ସମ୍ଭାବନା ଥିବାବେଳେ କେବଳ ଜେଡିୟୁର ଆଭିମୁଖ୍ୟକୁ ନେଇ ସଂଦେହ ଦେଖାଦେଇଛି । ଏହା ସତ୍ତେ୍ୱ ଧନକରଙ୍କ ବିଜୟ ସମ୍ଭାବନା ସର୍ବାଧିକ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ସମ୍ପ୍ରତି ଦେଶର ଉପରାଷ୍ଟ୍ରପତି ଥିବା ଏମ୍‌. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେଉଛି ।

Govt

Comments are closed.