ଥିରୁଅନନ୍ତପୁରମ : କେରଳର ୱାୟନାଡ଼ ଜିଲ୍ଲାର ମେପ୍ପଡ଼ି ପାର୍ବତ୍ୟାଞ୍ଚଳରେ ଆଜି ଏକ ବଡ଼ ଧରଣର ଭୂସ୍ଖଳନ ମୃତ୍ୟୁସଂଖ୍ୟା ୮୪ରେ ପହଞ୍ଚିଛି। ୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୩ଟି ଭୂସ୍ଖଳନ ହୋଇ ଏତେସଂଖ୍ୟାରେ ଜୀବନ ହାନୀ ହୋଇଛି। ଆହୁରି ଅନେକ ଲୋକ ଫସି ରହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଏବଂ ସେନା ମୁତୟନ ହୋଇଛନ୍ତି। ମୁଣ୍ଡାକ୍କରଇ, ଚୁରାଲମାଳା, ଅଟ୍ଟାମାଳା ଏବଂ ନୁଲ୍ପୁଝା ଗ୍ରାମ ଗୁଡ଼ିକ ଭୂସ୍ଖଳନ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ଚଲିୟାର ନଦୀରେ ଅନେକ ଲୋକ ଭାଶି ଯାଇଥିବା ଭୟ କରାଯାଉଛି। ଭାରତୀୟ ସେନା ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ସମ୍ପୃକ୍ତ ଅଞ୍ଚଳରେ ୨୨୫ ସେନା ସଦସ୍ୟ ମୁତୟନ ହୋଇଛନ୍ତି। ମେଡିକାଲ ଟିମ୍ ସହ ବାୟୁସେନାର ୨ଟି ହେଲିକପ୍ଟର, ଏମଆଇ-୧୭ ଏବଂ ଏକ ଏଏଲ୍ଏଚ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି। କେରଳ ମନ୍ତ୍ରୀ ବୀଣା ଜର୍ଜ୍ କହିଛନ୍ତି, ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନା ମଧ୍ୟ ମୁତୟନ ହୋଇଛି। ଚୁରାଲମାଲାକୁ ସଂଯୋଗ କରୁଥିବା ଏକ ପୋଲ ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି। ଭୂସ୍ଖଳନରେ ମଧ୍ୟ ଶତାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ କଥା ହୋଇଛନ୍ତି ଏବଂ ଏଭଳି ସଙ୍କଟର ମୁକାବିଲା ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ପିଏମ୍ଓ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଅନ୍ୟପକ୍ଷେ କେରଳରେ ରେଡ୍ ଆଲର୍ଟ ଜାରି କରାଯାଇଛି।
Comments are closed.