ନୂଆଦିଲ୍ଲୀ : ୫ ରାଜ୍ୟ ମିଜୋରାମ, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାରେ ଆସନ୍ତା କିଛି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ଅଛି। ଉକ୍ତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିସନ୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ୫ ରାଜ୍ୟରେ ନିର୍ବାଚନ ସହ ସିଧାସଳଖ ଜଡ଼ିତ ଥିବା ଅଧିକାରୀ ତଥା ନିଜ ଗୃହ ଜିଲ୍ଲାରେ ଅବସ୍ଥାପିତ ଅଧିକାରୀ ଏବଂ ଗୋଟିଏ ଜିଲ୍ଲାରେ ୩ରୁ ୪ ବର୍ଷ ରହିଥିବା ଅଧିକାରୀଙ୍କୁ ବଦଳି କରିବାପାଇଁ ନିର୍ବାଚନ କମିସନ୍ ଉକ୍ତ ୫ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୨ ତାରିଖରେ ନିର୍ବାଚନ କମିସନ୍ ଏନେଇ ଏକ ଚିଠି ଜାରି କରିଛନ୍ତି। ନିର୍ବାଚନ କମିସନ୍ ଉପରୋକ୍ତ ୫ ରାଜ୍ୟର ମୁଖ୍ୟ ସଚିବଙ୍କ ପାଖକୁ ଏହି ଚିଠି ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଡିସେମ୍ବର ୧୭ରେ ମିଜୋରାମ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି। ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା କାର୍ଯ୍ୟକାଳ ଆସନ୍ତାବର୍ଷ ଜାନୁଆରି ମାସର ବିଭିନ୍ନ ତାରିଖରେ ଶେଷ ହେଉଛି। ୫ ରାଜ୍ୟରେ ବିଧାସନଭା ନିର୍ବାଚନ ପାଇଁ ଏକସଙ୍ଗେ ତାରିଖ ଘୋଷଣା ହୋଇପାରେ।

Comments are closed.