୪ ସନ୍ତାନଙ୍କୁ କୁଅକୁ ଫିଙ୍ଗି ହତ୍ୟାକରିବା ପରେ ବାପାଙ୍କ ଆତ୍ମହତ୍ୟା

0

ମୁମ୍ବାଇ: ମହାରାଷ୍ଟ୍ରର ଅହଲ୍ୟାନଗର ଜିଲା କୋରହାଲେ ଗାଁରେ ଜଣେ ବ୍ୟକ୍ତି ତା’ର ୪ ସନ୍ତାନକୁ କୂଅକୁ ଫିଙ୍ଗି ହତ୍ୟା କରିବା ପରେ ନିଜେ କୂଅକୁ ଡେଇଁ ଆତ୍ମହତ୍ୟା କରିଛି। ପୁଲିସ ୫ଟି ଯାକ ଶବ ଜବତ କରି ତଦନ୍ତ କରିଛି। ମୃତକଙ୍କ ମଧ୍ୟରେ ଅରୁନ୍ ସୁନୀଲ କାଲେ (୩୦), ତାଙ୍କ ଝିଅ ଶିବାନୀ (୯), ପୁଅ ପ୍ରେମ (୭), ବୀର (୬) ଏବଂ କବୀର (୫) ଅଛନ୍ତି। ପତ୍ନୀ ସହ ଝଗଡ଼ା ପରେ ଅରୁନ ପିଲାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତ ପରେ କହିଛି। ଅରୁନ ଶ୍ରୀଗୋଣ୍ଡା ତାଲୁକର ଚିଖାଲି ଗାଁର ବାସିନ୍ଦା। ପତ୍ନୀ ଶିଳ୍ପାଙ୍କ ସହ ଝଗଡ଼ା ହେବା ପରେ ନାସିକ ଜିଲାର ୟେଓଲାର ଥିବା ତାଙ୍କ ଘରକୁ ଚାଲି ଯାଇଥିଲେ। ପିଲାମାନେ ଅହଲ୍ୟାନଗରରେ ପଢ଼ୁଥିଲେ। ଶିଳ୍ପ‌ା ଘରକୁ ଆସୁନଥିବାରୁ ଅରୁନ ଦୁଃଖୀ ଥିଲେ। ଶନିବାର ପିଲାଙ୍କୁ ଆଶ୍ରମ ସ୍କୁଲରୁ ଆଣିବା ପରେ ଶିଳ୍ପାଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ନମ୍ବର ବ୍ଲକ କରିଦେଇଥିବାରୁ ତାଙ୍କ ଫୋନ ଲାଗି ନଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଅରୁନ ଜଣକ ପରେ ଜଣେ ପିଲାକୁ କୂଅକୁ ଫିଙ୍ଗ ହତ୍ୟା କରିଥିଲା। କୂଅରେ ମୃତଦେହ ଭାସୁଥିବାର ଏବଂ ନିକଟରେ ବାଇକ ରହିଥିବା ଦେଖି ଜଣେ ବ୍ୟକ୍ତି ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ରାହାତା ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Govt
Leave A Reply

Your email address will not be published.