ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ଆସନ୍ତା ମାସ ୪ ତାରିଖରେ ନିର୍ବାଚନ କମିସନର ଦୁଇ ଦିନିଆ ପାଟନା ଗସ୍ତରେ ଯିବେ ବୋଲି ଜଣାଯାଇଛି। ନଭେମ୍ବର ୨୨ରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ସେଠାରେ ନିର୍ବାଚନ ହେବ। ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୩୦ ତାରିଖରେ ଏହା ପ୍ରକାଶ ପାଇବ। ଏହାପରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ତେଣୁ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ନିର୍ବାଚନ କମିସନର ଜ୍ଞାନେଶ କୁମାର ବିହାର ଗସ୍ତରେ ଯିବେ। ଇତି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର କରିଛନ୍ତି।

Comments are closed.