୩୧ ଲକ୍ଷର ବ୍ରାଉନ ସୁଗାର ସହ ୨ ଗିରଫ

0

କଟକ: କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ପୁଣି ସଫଳତା ମିଳିଛି। କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ। ଏହାସହିତ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାସୁଦେବ ଦାସ ଓ ସରୋଜ କୁମାର ରାଉତ । ବାସୁଦେବ ଠାରୁ ୧୮୦ ଗ୍ରାମ ଏବଂ ସରୋଜ ଠାରୁ ୧୩୨ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ।

ମଙ୍ଗୁଳି ଛକ ନିକଟରେ ବ୍ରାଉନସୁଗାର କାରବାର ନେଇ ଅବକାରୀ ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଟାଙ୍ଗୀ ଏବଂ ମଙ୍ଗୁଳି ଛକ ନିକଟରେ ନଜର ରଖିଥିଲା ଅବକାରୀ ଟିମ୍ । ଏହି ସମୟରେ ଯାଜପୁର ବୈରୀ ଥାନା ଚମ୍ପାପୂର ଅଞ୍ଚଳର ବାସୁଦେବ ଦାସ ଓ ସରୋଜ କୁମାର ରାଉତକୁ ଗିରଫ କରିଛି ଅବକାରୀ ବିଭାଗ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.