ସେଲିବ୍ରିଟିମାନେ ସବୁବେଳେ ନିଜ ଘରକୁ ନେଇ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । ଏମାନଙ୍କ ଘର ଅନେକ ସମୟରେ ଖବରର ଶୀର୍ଷକ ପାଲଟିଥାଏ । ଅମିତାଭଙ୍କ ପ୍ରତୀକ୍ଷା ହେଉ କିମ୍ବା କିଙ୍ଗଖାନ୍ଙ୍କ ମନତ୍ତ ସବୁକୁ ନେଇ ଖୁବ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ତେବେ ଏହି ଧାଡିରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଉଭୟ ନିକଟରେ ଏକ ନୂଆ ଘର ନିର୍ମାଣ କରିଛନ୍ତି ଯାହାକୁ ନିର୍ମାଣ କରିବାରେ ଖର୍ଚ୍ଚ ହୋଇଛି ୨୫୦ କୋଟି । ଏହି ଘର ନିର୍ମାଣ ସରିବା ପରେ କପଲଙ୍କ ଅନେକ ବର୍ଷର ସ୍ବପ୍ନ ପୂରଣ ହୋଇଥିବା ନେଇ ସୂଚନା ମିଳିଛି । ଉଭୟ ଘରକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏହା ଆଗକୁ ଫ୍ୟାନମାନଙ୍କର ନୂଆ ଫେଭରିଟ୍ ସ୍ପଟ ଭାବେ ପରିଗଣିତ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି । ବିଲ୍ଡିଂର ରଙ୍ଗ ଗ୍ରେ ଥିବାବେଳେ ଏହା ଖୁବ କ୍ଲାସିକ୍ ଭାଇବ୍ ଦେଉଛି । ଏବେଠାରୁ ଫ୍ୟାନମାନେ ସୋସିଆଲ ମିଡିଆରେ ବିଲ୍ଡିଂକୁ ନେଇ ଚର୍ଚ୍ଚା ଆରମ୍ଭ କରିସାରିଲେଣି ।