ଭୁବନେଶ୍ୱର : ଜୁନ ୧୪:ଲକ୍ଡାଉନ୍ ଯୋଗୁ ଦୁବାଇରେ ଫସିଥିବା ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଏକ ସ୍ୱତନ୍ତ୍ର ବିମାନ ଆଜି ଭୁବନେଶ୍ୱର ବିଜୁପଟ୍ଟନୟକ ବିମାନ ବନ୍ଦରରେ ପହଞ୍ଚିଛି । ତେବେ ସବୁଠାରୁ ଗର୍ବ ଓ ଗୌରବର କଥା ହେଲା ଯିଏ ଏହି ବିମାନଟି ନେଇ ଆସିଛନ୍ତି ସେ ହେଉଛନ୍ତି ଓଡ଼ିଆ ମହିଳା ମଧୁସ୍ମିତା ପଟ୍ଟନାୟକ । ଦୁବାଇରେ ରହୁଥିବା ଏହି ମହିଳା ପାଇଲଟ୍ଙ୍କ ଘର ଭୁବନେଶ୍ୱରରେ । ଦୁବାଇର ଓଡ଼ିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ୍ ଜରିଆରେ ଏହି ସ୍ୱତନ୍ତ୍ର ବିମାନଟି ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଫେରିଛି । ଏହି ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଦୁବାଇରେ କାମ କରୁଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ ରହିଛନ୍ତି । ବିମାନଟି ଶାରଜାହା ବିମାନବନ୍ଦରରୁ ରବିବାର ସକାଳ ୮ଟାରେ ଛାଡ଼ି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିଥିଲା ।

Comments are closed.