୧୮ ବର୍ଷ ପରେ ଏକାଠି

ନବେଦଶକରେ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲ୍ଲୀ ଖାନଙ୍କୁ ପୁଣି ଏକାଠି ପରଦାରେ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଏହି ଯୋଡିଙ୍କୁ ଦର୍ଶକ ପରଦାରେ ଦେଖିବାକୁ ପାଇବେ । ସୂଚନା ଅନୁସାରେ ଏମାନଙ୍କୁ ଏକ ଫିଲ୍ମରେ ଏକାଠିର ଦେଖିବାକୁ ମିଳିବ, ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି । ସୁଟିଂ ସେଟର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫିଲ୍ମର ୪୦ ପ୍ରତିଶତ ସୁଟିଂ ସରିସାରିଥିବା ସୂଚନା ରହିଛି । ଫିଲ୍ମର ନା ହୈବାନ ଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱ ପ୍ରିୟଦର୍ଶନ ନେଇଛନ୍ତି । ଫିଲ୍ମର ସୁଟିଂ କୋଚ୍ଚି, ବାଗାମୋନ ଉଟି ଭଳି ସ୍ଥାନରେ ହେଉଛି । ଫିଲ୍ମରେ ଅକ୍ଷୟ ଓ ସୈଫଙ୍କ ସହିତ ସୈୟାମୀ ଖେର, ଅସରାନୀ, ସମୂଥିରକାନୀ, ଶ୍ରିୟା ପିଲଙ୍ଗକରଙ୍କ ଭଳି କଳାକାର ମଧ୍ୟ ଦେଖିବାକୁ ମିଳିବେ । ଫିଲ୍ମ ନେଇ ଜଣା ପଡିବାପରେ ଉଭୟଙ୍କ ଫ୍ୟାନ ଖୁବ ଖୁସି ଅଛନ୍ତି । ଏତେ ବର୍ଷ ପରେ ଏହି ଦୁଇଷ୍ଟାରଙ୍କୁ ଏକାଠି ପରଦାରେ ଦେଖିବାକୁ ପାଇବେ ତେଣୁ ସେମାନେ ଖୁବ ଖୁସି ଅଛନ୍ତି । ନିକଟରେ ଅକ୍ଷୟ କୁମାର ମଧ୍ୟ ଏହି ଫିଲ୍ମ ନେଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ହିଣ୍ଟ ଦେଇଛନ୍ତି । ପୂର୍ବରୁ ଉଭୟଙ୍କୁ ମେ ଖିଲାଡି ତୁ ଅନାଡି ଓ ଆରଜୁ ଭଳି ଫିଲ୍ମରେ ଦେଖିବାକୁ ମିଳିଛି । ଶେଷଥର ପାଇଁ ଉଭୟଙ୍କୁ ୨୦୦୮ରେ ଟଶନ ଫିଲ୍ମରେ ଦେଖିବାକୁ ମିଳିଥିଲା ।

Launching Ceremony of “AYUSHMAN BHARAT

Comments are closed.