୧୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକରେ ମୁସଲିମ କୋଟା ପ୍ରତ୍ୟାହାର ନିଷ୍ପତ୍ତି କାର୍ଯ୍ୟକାରୀ ହେବନି

ନୂଆଦିଲ୍ଲୀ: ସରକାର ଆଣିଥିବା ନୂଆ ସଂରକ୍ଷଣ ନୀତିକୁ ଏପ୍ରିଲ ୧୮ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବେ ନାହିଁ ବୋଲି କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୪ ପ୍ରତିଶତ ମୁସଲିମ କୋଟା ସଂରକ୍ଷଣ ନୀତି ପ୍ରତ୍ୟାହାର ଆସନ୍ତା ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଜଷ୍ଟିସ କେଏମ ଯୋସେଫ ଏବଂ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟରେ ଦାଖଲ ହୋଇଥିବା ରେକର୍ଡରୁ ଏହା ଜଣାପଡ଼ୁଛି ଯେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ। ଏପ୍ରିଲ ୧୮ ତାରିଖରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ କର୍ଣ୍ଣାଟକ ସରକାର ନିଯୁକ୍ତି କିମ୍ବା ଆଡମିସନ କ୍ଷେତ୍ରରେ ନୂଆ ସଂରକ୍ଷଣ ନୀତି ଅନୁକରଣ ନକରିବାପାଇଁ କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ସରକାର ରାଜ୍ୟର ସଂରକ୍ଷଣ ନୀତିରେ ପରିବର୍ତ୍ତନ ଆଣିଥିଲେ। ସରକାର ମୁସଲମାନଙ୍କ ପାଇଁ ଥିବା ୪ ପ୍ରତିଶତ ଓବିସି ସଂରକ୍ଷଣକୁ ଉଚ୍ଛେଦ କରିଦେଇଥିଲେ। ସେମାନେ ଏବେ ୧୦ ପ୍ରତିଶତ ଇଡବ୍ଲ୍ୟୁଏସ୍ (ଆର୍ଥିକ ଦୃଷ୍ଟିରୁ ପଛୁଆ) ଶ୍ରେଣୀରେ ଅଛନ୍ତି।

Launching Ceremony of “AYUSHMAN BHARAT

Comments are closed.